ଝାରସୁଗୁଡ଼ାରୁ ନିଖୋଜ ନାବାଳକର ମିଳିଲା ସନ୍ଧାନ

ଝାରସୁଗୁଡା : ଝାରସୁଗୁଡାରୁ ନିଖୋଜ ହୋଇଥିବା ନାବାଳକର ମିଳିଲା ପତ୍ତା । ଛତିଶଗଡ ବିଳାସପୁର ଷ୍ଟେସନରୁ ତାଙ୍କୁ ଠାବ କରାଯାଇଛି I ନାବାଳକଙ୍କୁ ଉଦ୍ଧାର କରାଯାଇ ଛତିଶଗଡ ଚାଇଲ୍ଡ ହେଲ୍ପଲାଇନ୍ ଜିମ୍ମା ଦିଆଯାଇଛି । ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା । ଘଟନାନୁସାରେ,ବୁରାମାଲ ଅଞ୍ଚଳର ଏହି ନାବାଳକଙ୍କ ମା’ ଅସୁସ୍ଥ ଥିବା […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡାରୁ ନିଖୋଜ ହୋଇଥିବା ନାବାଳକର ମିଳିଲା ପତ୍ତା । ଛତିଶଗଡ ବିଳାସପୁର ଷ୍ଟେସନରୁ ତାଙ୍କୁ ଠାବ କରାଯାଇଛି I ନାବାଳକଙ୍କୁ ଉଦ୍ଧାର କରାଯାଇ ଛତିଶଗଡ ଚାଇଲ୍ଡ ହେଲ୍ପଲାଇନ୍ ଜିମ୍ମା ଦିଆଯାଇଛି । ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା ।

ଘଟନାନୁସାରେ,ବୁରାମାଲ ଅଞ୍ଚଳର ଏହି ନାବାଳକଙ୍କ ମା’ ଅସୁସ୍ଥ ଥିବା ବେଳେ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିବାବେଳେ ଘରେ ନାବାଳକ ଓ ତାଙ୍କର ଭାଇ ଥିଲେ। ସେହିଦିନ ଅପରାହ୍ନରେ ହିଁ ନାବାଳକ ଘରୁ ବାହାରେ ଛିଡ଼ା ହୋଇଥିବା ବେଳେ ଏହା ପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ମିଳୁନାହିଁ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ। ତଥାପି ନାବାଳକଙ୍କର କୌଣସି ପତ୍ତା ମିଳି ନଥିଲା। ଘଟଣାକୁ ନେଇ ଗତକାଲି ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦିଆଯାଇଥିଲା ।

Tags: