ଝାରସୁଗୁଡ଼ାରୁ ୨ ମେଟ୍ରୋ ସିଟିକୁ ଉଡ଼ିବ ବିମାନ
ଝାରସୁଗୁଡା : ଝାରସୁଗୁଡ଼ାରୁ ୨ ମେଟ୍ରୋ ସିଟିକୁ ଆରମ୍ଭ ହେବ ବିମାନ ସେବା I ଆସନ୍ତା ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ ଯୋଡି ହେବ । ଏନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୁଚନା ଦିଆଯାଇଛି । ବିମାନ କୋଲକାତାରୁ ସଂଧ୍ୟା ୫ଟା ୫୦ରେ ବାହାରି ଝାରସୁଗୁଡାରେ ସଂଧ୍ୟା […]
ଝାରସୁଗୁଡା : ଝାରସୁଗୁଡ଼ାରୁ ୨ ମେଟ୍ରୋ ସିଟିକୁ ଆରମ୍ଭ ହେବ ବିମାନ ସେବା I ଆସନ୍ତା ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ ଯୋଡି ହେବ । ଏନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୁଚନା ଦିଆଯାଇଛି ।
ବିମାନ କୋଲକାତାରୁ ସଂଧ୍ୟା ୫ଟା ୫୦ରେ ବାହାରି ଝାରସୁଗୁଡାରେ ସଂଧ୍ୟା ୭ଟା ୨୫ରେ ପହଞ୍ଚିବ । ଝାରସୁଗୁଡାରୁ ସଂଧ୍ୟା ୭ଟା ୫୫ରୁ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ । ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଳୁରୁରୁ ସକାଳ ୧୦ଟା ୧୫ରେ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ । ଏଠାରୁ ପୁଣି ଦିନ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଳୁରୁରେ ପହଞ୍ଚିବ ।




