ଜୁନ ୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୁନ ୧୨ ତାରିଖ ପରିବର୍ତ୍ତେ ୨୦ ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ତାରିଖରୁ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ୧୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି […]

ଜୁନ ୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୁନ ୧୨ ତାରିଖ ପରିବର୍ତ୍ତେ ୨୦ ରେ ଓଡିଶା ଗସ୍ତରେ ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨ ତାରିଖରୁ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ୧୨ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀଙ୍କୁ ୧୨ ତାରିଖରେ ଆସିବାକୁ ଅନୁରୋଧ କରିଥିଲୁ ହେଲେ ୨୦ ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି । ତେବେ ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ ତାରିଖକୁ ଘୁଞ୍ଚିଛି । ଶେଷ କାର୍ଯ୍ୟକ୍ରମ ୨୦ରେ ଅନୁଷ୍ଠିତ ହେବ । ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫରେନ୍ସରେ ଏ ସଂପର୍କରେ ବିସ୍ତୁତ ସୂଚନା ଦେବେ । ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବାପାଇଁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନାନୁସାରେ,୨୦୨୪ ମସିହା ଜୁନ୍ ୧୨ ତାରିଖ ଦିନ ଭୁବନେଶ୍ୱରର ଜନତା ମଇଦାନ ଠାରେ ଏକ ବିଶାଳ ତଥା ଭବ୍ୟ ସମାରୋହରେ ମୋହନ ଚରଣ ମାଝି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେଦିନ ପ୍ରଧାନମନ୍ତ୍ରୀ ତାଙ୍କ ହାତ ଧରି ମଞ୍ଚ ଉପରେ ତାଙ୍କୁ ରାଜ୍ୟବାସୀଙ୍କ ଆଗରେ ରାଜ୍ୟର ନୂଆ ମୁରବୀ ଭାବରେ ପରିଚୟ କରାଇଦେଇଥିଲେ ।

Tags: