ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ସୋମବାର ଠାରୁ ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ଏପ୍ରିଲ ୬ ତାରିଖ ଯାଏଁ ଆହୁରି ବଢିବ ତାତି I ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି। ଏପ୍ରିଲ ୨ ତାରିଖ ସୁଦ୍ଧା ରାଜ୍ୟର ୭ ଟି ସ୍ଥାନର ତାତି ୪୧ ଡିଗ୍ରୀ ଉପରେ ରହିଥିବାବେଳେ ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ମାଲକାନଗିରି ୪୧ ଡିଗ୍ରୀ ୭ ରେ ରହିଥିଲା I ସେହିପରି ଆସନ୍ତାକାଲିଠୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି […]

Samaya Live Picture
Published On

ଭୁବନେଶ୍ୱର : ସୋମବାର ଠାରୁ ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ଏପ୍ରିଲ ୬ ତାରିଖ ଯାଏଁ ଆହୁରି ବଢିବ ତାତି I ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି। ଏପ୍ରିଲ ୨ ତାରିଖ ସୁଦ୍ଧା ରାଜ୍ୟର ୭ ଟି ସ୍ଥାନର ତାତି ୪୧ ଡିଗ୍ରୀ ଉପରେ ରହିଥିବାବେଳେ ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବରେ ମାଲକାନଗିରି ୪୧ ଡିଗ୍ରୀ ୭ ରେ ରହିଥିଲା I ସେହିପରି ଆସନ୍ତାକାଲିଠୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି I

ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣାରେ ପାରଦ ୪୧.୨ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭.୨ ଏବଂ କଟକରେ ୩୮.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଏଥର ଏପ୍ରିଲ ଅଧିକ ତତଲା ହେବ ବୋଲି ପୂର୍ବରୁ ଚେତାବନୀ ଦେଇସାରିଛି ପାଣିପାଗ ବିଭାଗ।

ସେହିପରି ଆସନ୍ତା ୨ ଦିନ ଭିତରେ ପାଣିପାଗର କୌଣସି ପରିବର୍ତ୍ତନ ହେବାର ନାହିଁ I ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି I ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସହିତ ରାତିର ତାପମାତ୍ରା ମଧ୍ୟ ୩ ରୁ ୪ ଡିଗ୍ରୀ ବଢିବ I ଫଳରେ ଦିନସାରା ଟାଣ ଖରା ସହିତ ଗୁଳୁଗୁଳି ଅନୁଭୂତ ହେବ I ପାଣିପାଗ ଉଷ୍ମ ଆର୍ଦ୍ର ବାୟୁ ପ୍ରବାହରେ ଦିନର ପିକ ଆୱାରରେ ଅଧିକ ଖରାର ପ୍ରକୋପ ରହିବ I ଏହି ସମୟରେ ଲୋକମାନଙ୍କୁ ଜରୁରୀ ନଥିଲେ ପଦାକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି I ସେହିପରି ୬ ରୁ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଥିବାରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ କେତେକାଂଚଳ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି I

ଅନ୍ୟପଟେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ। ଏନକ୍ଲୋଜରଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଉଛି। ସବୁ ଏନକ୍ଲୋଜରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ୍ ପାଇଁ କୁଲର ବ୍ୟବସ୍ଥା ହୋଇଛି। ଭାଲୁ ପାଇଁ ବରଫ ଓ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିଭଳି ପକ୍ଷୀ ମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି। ଏହାଛଡ଼ା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ ୧୪ଟି ପାନୀୟ ଜଳ କିଓସ୍କ ରହିଛି। ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା କରାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି।

Tags: