ଜାପାନ ବିଜନେସ ମିଟକୁ ବଡ଼ ସଫଳତା,ଓଡ଼ିଶାରେ ପ୍ରତିଷ୍ଠା ବୃହତ୍ତମ ଇସ୍ପାତ କାରଖାନା

ଭୁବନେଶ୍ୱର : ୭ ଦିନିଆ ଜାପାନ ଗସ୍ତ ସାରି ଆଜି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହିତ ଯାଇଥିବା ପ୍ରତିନିଧି ମଣ୍ଡଳ । ଜାପାନ ର ଓସାକାରୁ ବାହାରି ଏବେ ବ୍ୟାଙ୍କକରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ସିଧାସଳଖ ଆସିବେ ଭୁବନେଶ୍ୱର । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ଜାପାନରେ ଅନୁଷ୍ଠିତ ବିଜନେସ୍‌ ମିଟକୁ ବଡ଼ ସଫଳତା ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ […]

Samaya Live Picture
Published On

ଭୁବନେଶ୍ୱର : ୭ ଦିନିଆ ଜାପାନ ଗସ୍ତ ସାରି ଆଜି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହିତ ଯାଇଥିବା ପ୍ରତିନିଧି ମଣ୍ଡଳ । ଜାପାନ ର ଓସାକାରୁ ବାହାରି ଏବେ ବ୍ୟାଙ୍କକରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରୁ ସିଧାସଳଖ ଆସିବେ ଭୁବନେଶ୍ୱର । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ ।

ଜାପାନରେ ଅନୁଷ୍ଠିତ ବିଜନେସ୍‌ ମିଟକୁ ବଡ଼ ସଫଳତା ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି।

ରାଜ୍ୟ ଶିଳ୍ପ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ଜାପାନ ଓଡ଼ିଶାର ବିଜିନେସ୍‌ ପାର୍ଟନର୍ ଥିବା ବେଳେ ମେଟାଲ ଶିଳ୍ପକୁ ଗୁରୁତ୍ବ ଦିଆଯାଇଛି । ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ୩୦ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ କରିବ। ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରିନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଖୁବ୍ ଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସିବେ। ସେମାନେ କ୍ଷେତ୍ର ପରିଦର୍ଶନ କରିବେ। ଆମେ ମଧ୍ୟ ସେମାନଙ୍କୁ ନିମନ୍ତ୍ରଣ କରିଛୁ।

Tags: