ଜାନୁଆରୀ ୧୬ ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ଧମକ

ଭୁବନେଶ୍ୱର : ଦାବି ପୂରଣ ନହେଲେ ସମୂହ କାର୍ଯ୍ୟ ବନ୍ଦ କରିବେ ଆୟୁଷ ଡାକ୍ତର I ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା ଛୁଟିରେ ଯିବେ। ଏହି ନିଷ୍ପତି ନେଇଛି ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ । ସଂଘର ସଭାପତି ପ୍ରଭାତ ମହାନ୍ତି କହିଛନ୍ତି, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆମ ସହିତ ବାରମ୍ବାର ଆଲୋଚନା କରିଥିଲେ। ଆମ ଦାବି ସମ୍ପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି […]

Samaya Live Picture
Published On

ଭୁବନେଶ୍ୱର : ଦାବି ପୂରଣ ନହେଲେ ସମୂହ କାର୍ଯ୍ୟ ବନ୍ଦ କରିବେ ଆୟୁଷ ଡାକ୍ତର I ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା ଛୁଟିରେ ଯିବେ। ଏହି ନିଷ୍ପତି ନେଇଛି ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ।

ସଂଘର ସଭାପତି ପ୍ରଭାତ ମହାନ୍ତି କହିଛନ୍ତି, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆମ ସହିତ ବାରମ୍ବାର ଆଲୋଚନା କରିଥିଲେ। ଆମ ଦାବି ସମ୍ପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆମକୁ ଆନ୍ଦୋଳନକୁ ଯିବାକୁ ସେ ମନା କରିଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ର ୫୭ ହଜାର ଠିକ କର୍ମଚାରୀଙ୍କ ଦାବି ପୂରଣ କରି ସେମାନଙ୍କୁ ନିୟମିତ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପଦବୀରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଦାବି ପ୍ରତି ସରକାର ଏପର୍ଯ୍ୟନ୍ତ କର୍ଣ୍ଣପାତ କରୁନାହାନ୍ତି I ତେଣୁ ଜାନୁଆରୀ ୧୬ରୁ ସମୂହ ଆୟୁଷ ଡାକ୍ତର ଛୁଟିରେ ଯିବେ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି I

Tags: