ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣା, ବାଇକ ଆରୋହୀ ମୃତ
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଦୁର୍ଘଟଣା। ଆଜି ସକାଳେ ଭଦ୍ରକ ଜିଲ୍ଲା ବିଷ୍ଣୁପୁର ଛକରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରକ୍ ଟି ଯାଇ ଏକ କାରକୁ ବାଡ଼େଇଥିଲା I ଏହାପରେ କାରଟି ଯାଇ ଏକ ବାଇକ ଆରୋହୀଙ୍କୁ ପିଟିଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି I ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା […]
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଦୁର୍ଘଟଣା। ଆଜି ସକାଳେ ଭଦ୍ରକ ଜିଲ୍ଲା ବିଷ୍ଣୁପୁର ଛକରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରକ୍ ଟି ଯାଇ ଏକ କାରକୁ ବାଡ଼େଇଥିଲା I ଏହାପରେ କାରଟି ଯାଇ ଏକ ବାଇକ ଆରୋହୀଙ୍କୁ ପିଟିଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି I ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଲଦା ଗାଁର ରାଜକିଶୋର ସାହୁ I
ସୂଚନା ଅନୁଯାୟୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ଵରେ ଥିବା ଏକ ଇଟା ଫାକ୍ଟ୍ରି ଭିତରେ ପଶି ଯାଇଥିଲା। ସେଠାରେ ଥିବା ଏକ କେବିନ ଓ ୨ ବାଇକ ଆରୋହୀଙ୍କ ସହ ଧକ୍କା ହେବ ଫଳରେ ରାଜକିଶୋର ସାହୁଙ୍କର ମୃତ୍ୟୁ ଘଟିଥିଲା I ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସହ ୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ରାସ୍ତାର ଦୁଇ ପଟରେ ଶହ ଶହ ଗାଡି ଅଟକି ରହି ଗମନାଗମନ ବନ୍ଦ ରହିଛି।




