ଜାତୀୟ ରାଜପଥରେ ଭାରୀଯାନ ଡ୍ରାଇଭରଙ୍କୁ ରାତିରେ ମାଗଣା ଚା’
ଭୁବନେଶ୍ୱର : ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ହୋଟେଲ ଗୁଡିକରେ ରାତିରେ ଭାରୀଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’। ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଏଭଳି ପ୍ରୟାସ କରିଛନ୍ତି ସରକାର। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଦିଆଯିବ। […]
ଭୁବନେଶ୍ୱର : ଏଣିକି ରାସ୍ତାକଡ଼ରେ ଥିବା ଢାବା, ହୋଟେଲରେ ରାତିରେ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ମିଳିବ। ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ହୋଟେଲ ଗୁଡିକରେ ରାତିରେ ଭାରୀଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’। ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଏଭଳି ପ୍ରୟାସ କରିଛନ୍ତି ସରକାର। ଏନେଇ ସରକାର ପଇସା ଦେବେ ବୋଲି ଗୁରୁବାର ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଦିଆଯିବ। ଏଥିସହିତ ଡ୍ରାଇଭରମାନେ ଉକ୍ତ ଢାବାରେ ବିଶ୍ରାମ ବି ନେଇପାରିବେ।
ସୂଚନାନୁସାରେ,ଚଳିତ ବର୍ଷ ଶୀତ ଅଧିବେଶନରେ ସଡ଼କ ଦୁର୍ଘଟଣାକୁ ନେଇ ଏକ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲାରେ ଗତ ୫ ବର୍ଷର ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଦୁର୍ଘଟଣା ମାମଲା ବଢ଼ିବା ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଥିଲେ । ଗତ ୫ ବର୍ଷରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ଏପରି ପଦକ୍ଷେପ ଦୁର୍ଘଟଣା ରୋକିବାକୁ ଶତ ପ୍ରତିଶତ ସହାୟକ ହୋଇ ନପାରିଲେ ମଧ୍ୟ ଏହି ପ୍ରୟାସ ଦ୍ୱାରା ଦୁର୍ଘଟଣା କମ୍ ଘଟିବ ବୋଲି ଆଶା କରାଯାଉଛି ।




