ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ । ସୂଚନାଯୋଗ୍ୟ, ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ୨୦୨୨ ମସିହାରେ ସୁପାରିସ କରାଯାଇଥିଲା […]

Samaya Live Picture
Published On

କଟକ: ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।

ସୂଚନାଯୋଗ୍ୟ, ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ୨୦୨୨ ମସିହାରେ ସୁପାରିସ କରାଯାଇଥିଲା । ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର ନେବେ। ତା’ ପରେ ଖାଲି ପଡ଼ିବାକୁ ଥିବା ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ୧୯୬୧ ମସିହା ଅକ୍ଟୋବର ୪ ତାରିଖ ଦିନ ତ୍ରିପୁରାର ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହୋଇଥିଲେ। ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ। ସେ ମୁଖ୍ୟତଃ ଗୁଆହାଟୀ ହାଇ‌କୋର୍ଟର ଅଗରତଲା ବେଞ୍ଚରୁ ଆଇନ୍‌ର ବ୍ୟବସାୟ କରିଥିଲେ। ୨୦୦୪ ମସିହା ଡିସେମ୍ବର ୨୧ ପରଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ। ୨୦୧୧ ମସିହା ନଭେମ୍ବର ୧୫ରେ ଗୁଆହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୨୨ ଜୁନ୍‌ ୧୦ ତାରିଖରେ ଦାୟିତ୍ବ ନେଇଥିଲେ।

Tags: