ଛାତ୍ରଙ୍କ ମାଡ଼ରେ ଲ୍ୟାବ ଆସିଷ୍ଟାଣ୍ଟ ଗୁରୁତର
ଭୁବନେଶ୍ୱର : ଭୁବନେଶ୍ୱର ମହର୍ଷି କଲେଜରେ ଛାତ୍ର ଅଶାନ୍ତି । ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ବୁଝାସୁଝା କରିବାକୁ ଯାଇଥିବାବେଳେ ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଛନ୍ତି କେମିଷ୍ଟ୍ରି ଲ୍ୟାବ ଆସିଷ୍ଟାଣ୍ଟ । ଛାତ୍ରଙ୍କ ବିୟର ବୋତଲ ମାଡରେ ଫାଟିଲା ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାକୁ ନେଇ କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନା ଯୋଗୁଁ ସମସ୍ତ କ୍ଲାସ ସସ୍ପେଣ୍ଡ […]
ଭୁବନେଶ୍ୱର : ଭୁବନେଶ୍ୱର ମହର୍ଷି କଲେଜରେ ଛାତ୍ର ଅଶାନ୍ତି । ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ବୁଝାସୁଝା କରିବାକୁ ଯାଇଥିବାବେଳେ ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଛନ୍ତି କେମିଷ୍ଟ୍ରି ଲ୍ୟାବ ଆସିଷ୍ଟାଣ୍ଟ । ଛାତ୍ରଙ୍କ ବିୟର ବୋତଲ ମାଡରେ ଫାଟିଲା ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଘଟଣାକୁ ନେଇ କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନା ଯୋଗୁଁ ସମସ୍ତ କ୍ଲାସ ସସ୍ପେଣ୍ଡ କରିଛନ୍ତି କର୍ତୃପକ୍ଷ ଇ
ଗଣ୍ଡଗୋଳ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୁଲିସ। ଏଥି ସହିତ କଲେଜକୁ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି । ଆବଶ୍ୟକ ସ୍ଥଳେ ଛୁଟି ଅବଧି ଆହୁରି ବଢ଼ାଯାଇପାରେ ବୋଲି ମହର୍ଷି କଲେଜର ଭାଇସ ପ୍ରିନ୍ସିପାଲ କହିଛନ୍ତି। ଗଣ୍ଡଗୋଳରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରିନ୍ସପାଲ I




