ଛଟ୍‌ ପୂଜା ପାଇଁ ପୁରୀ- ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଛଟପୂଜା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର I ପୁରୀ-ବିହାର ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ I ଟ୍ରେନରେ ନିୟମିତ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି । ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ୦୮୪୪୯ ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର […]

Samaya Live Picture
Published On

ଭୁବନେଶ୍ୱର : ଛଟପୂଜା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର I ପୁରୀ-ବିହାର ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ I ଟ୍ରେନରେ ନିୟମିତ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି ।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ୦୮୪୪୯ ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (୧୩ ଏବଂ ୧୫ ନଭେମ୍ବର ୨୦୨୩) ଦିନ ପୁରୀ ଠାରୁ ରାତ୍ରି ୧୧ ଟା ୩୦ରେ ଛାଡି ପାଟଣା ଯାତ୍ରା କରିବ । ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ ୦୮୪୫୦ ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (୧୪ ଏବଂ ୧୬ ନଭେମ୍ବର ୨୦୨୩) ସନ୍ଧ୍ୟା ୦୬ ଘଟିକାରେ ଛାଡି ପୁରୀ ଯାତ୍ରା କରିବ ।

Tags: