ଚାଷୀ ବେଶରେ ପହଁଚିଲେ ଜିଲ୍ଲାପାଳ,ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍ ଜାରି
ଭଦ୍ରକ : ଆକ୍ସନ ମୁଡରେ ଭଦ୍ରକ ଜିଲ୍ଲାପାଳ । ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ । ଧାନ ମଣ୍ଡି ଗୁଡିକରେ ମନମାନୀ ଏବଂ କଟନୀ ଛଟନୀ ଅଭିଯୋଗ ଆସିବା ପରେ ସ୍ଥିତି ପରଖିଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ସାଙ୍ଗକୁ ମୁହଁରେ ମାସ୍କ ଓ ବେକରେ ଗାମୁଛା ପକାଇ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ। ପରିଚୟ ଗୋପନ ରଖି ଚାଷୀଙ୍କ ସମସ୍ୟା ପଚାରି ବୁଝିଲେ । ଏହି […]
ଭଦ୍ରକ : ଆକ୍ସନ ମୁଡରେ ଭଦ୍ରକ ଜିଲ୍ଲାପାଳ । ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ । ଧାନ ମଣ୍ଡି ଗୁଡିକରେ ମନମାନୀ ଏବଂ କଟନୀ ଛଟନୀ ଅଭିଯୋଗ ଆସିବା ପରେ ସ୍ଥିତି ପରଖିଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ସାଙ୍ଗକୁ ମୁହଁରେ ମାସ୍କ ଓ ବେକରେ ଗାମୁଛା ପକାଇ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ। ପରିଚୟ ଗୋପନ ରଖି ଚାଷୀଙ୍କ ସମସ୍ୟା ପଚାରି ବୁଝିଲେ । ଏହି ସମୟରେ ମଣ୍ଡିରେ ବହୁ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଏହାକୁ ଦେଖି ରାଗି ଯାଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ସମ୍ପୃକ୍ତ ମଣ୍ଡି ଅଧିକାରୀଙ୍କୁ ସୋ କଜ୍ ନୋଟିସ୍ ଜାରି କରିଛନ୍ତି। ଧାମନଗର ବ୍ଲକ କଟସାହି ଧାନ ମଣ୍ଡି ଯାଞ୍ଚ କରି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ସୂଚନାଥାଉକି, ସୋମବାର ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ଓ ବେକରେ ଗାମୁଛା ପକାଇ ଧାମନଗର ବ୍ଲକ କଟସାହି ମଣ୍ଡିରେ ପହଞ୍ଚିଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ସାଙ୍ଗରେ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ନେଇଥିଲେ ସମାନ ବେଶରେ । ବଜାର ଠାରୁ କିଛି ଦୂରରେ ଗାଡି ରଖି କିଛି ସମୟ ମଣ୍ଡିରେ ବୁଲିଥିଲେ ଜିଲ୍ଲାପାଳ । ପରିଚୟ ଗୋପନ ରଖି ଚାଷୀଙ୍କୁ ସମସ୍ୟା ପଚାରି ବୁଝିଥିଲେ । ମଣ୍ଡିରେ କଟନୀ ଛଟନୀ ରୋକିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ମିଲର୍ସ ମାନଙ୍କୁ ତାଗିଦ୍ କରାଯାଉଛି। ହେଲେ ଭଦ୍ରକ ଜିଲ୍ଲାରେ ୮ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଥିଲେ। କିନ୍ତୁ ତାପରେ ବି କଟନୀଛଟନୀ କମିନଥିଲା। ଯାହାକୁ ନେଇ ଭଦ୍ରକ ଜିଲ୍ଲାପାଳ ନିଜକୁ ଚାଷୀର ପରିଚୟ ଦେଇ ମଣ୍ଡି ପରିଦର୍ଶନ କରିଥିଲେ। ଏବଂ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।




