ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣାସୀରୁ ଚାଷୀଙ୍କୁ PM କିଷାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିଛନ୍ତି । ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ଉପକୃତ ହେବେ। ୨୦ହଜାର ୫ଶହ କୋଟିରୁ ଅଧିକ ରାଶି DBT ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ କିଷାନ ନିଧି ଯୋଜନାରେ ବିନା ବ୍ରେକ୍‌ରେ ଚାଲିଥିବା ପ୍ରଧାନମନ୍ତ୍ରୀ କରିଛନ୍ତି। […]

ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି
Samaya Live Picture
Published On

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣାସୀରୁ ଚାଷୀଙ୍କୁ PM କିଷାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିଛନ୍ତି । ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ଉପକୃତ ହେବେ। ୨୦ହଜାର ୫ଶହ କୋଟିରୁ ଅଧିକ ରାଶି DBT ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ କିଷାନ ନିଧି ଯୋଜନାରେ ବିନା ବ୍ରେକ୍‌ରେ ଚାଲିଥିବା ପ୍ରଧାନମନ୍ତ୍ରୀ କରିଛନ୍ତି।

ଉତ୍ତରପ୍ରଦେଶ ବାରାଣସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ୍‌ କିଷାନ ନିଧି କିସ୍ତି ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ୍ୟ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫୦୦ କୋଟି ତାଙ୍କ ପ୍ରଦାନ କରିଥିବାବେଳେ ଓଡିଶାରୁ ପ୍ରାୟ ୩୫ ଲକ୍ଷ ୮୫ ହଜାର ୮୮୨ ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଏହି ଟଙ୍କା ।

ସୂଚନାନୁସାରେ,ପିଏମ୍ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିରେ ୮୫ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ । ପିଏମ୍ କିଷାନର ୪ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ହିତାଧିକାରୀ ରହିଛନ୍ତି ।

ଆନ୍ୟପଟ ଆଜି ବାରାଣସୀରେ ପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ ବିଷୟରେ ଉଲ୍ଲେଖ କରି ବେଶ ଭାବପ୍ରବଣ ହୋଇ ପଡ଼ିଥିଲେ । ସେ କହିଥିଲେ ଏହି ‘ଅପରେଶନ ପରେ ସେ ପ୍ରଥମଥର ପାଇଁ କାଶୀ ଆସିଛନ୍ତି। ସେ କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ନିରୀହ ନାଗରିକଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ଯୋଗୁ ମୋର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯାଇଥିଲା। “ମୁଁ ସଂକଳ୍ପ ନେଇଥିଲି ଯେ, ମୋ ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବି, ଏବଂ ମହାଦେବଙ୍କ ଆଶୀର୍ବାଦରେ ମୁଁ ସେହି ସଂକଳ୍ପ ପୂରଣ କରିଛି।” ସେ ଭଗବାନ ମହାଦେବଙ୍କ ପାଦରେ ଅପରେଶନ ସିନ୍ଦୂରର ସଫଳତାକୁ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଆତଙ୍କବାଦ ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ ଭାବରେ ଦେଖାଯାଉଛି।

Tags: