ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ IPS ଅଫିସର ବି.ରାଧିକା
ଭୁବନେଶ୍ୱର : ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବେ ଆଇପିଏସ୍ ଅଫିସର ବି.ରାଧିକା । ଆଜି ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ରାଧିକା । ତାହା ସହିତ ସେ ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା । ଚଳିତବର୍ଷ […]
ଭୁବନେଶ୍ୱର : ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବେ ଆଇପିଏସ୍ ଅଫିସର ବି.ରାଧିକା । ଆଜି ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ରାଧିକା । ତାହା ସହିତ ସେ ଫରେନସିକ୍ ଲାବୋରେଟୋରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ରାଧିକା । ଚଳିତବର୍ଷ ଜୁଲାଇ ମାସରେ ଆଇପିଏସ୍ ବି. ରାଧିକାଙ୍କୁ ୬୦ବର୍ଷ ବୟସ ପୂରଣ ହେବାକୁ ଯାଉଛି ତେଣୁ ସେ ଚାକିରିରୁ ଅବସର ନେଉଛନ୍ତି।
ସୂଚନା ଅନୁସାରେ , ୧୯୮୯ ବ୍ୟାଚର ଆଇପିଏସ୍ ଅଟନ୍ତି ବି.ରାଧିକା। ରାଧିକା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ। ଏହାପରେ ସେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ୨୦୨୩ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଥିଲେ। ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ବର୍ଷ ପୂରଣ ଅବା ସେ ୫୦ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଥିବାବେଳେ ରାଜ୍ୟ ସରକାରଙ୍କୁ ଅତିକମରେ ୩ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି। ତେଣୁ ସେ ୩ ମାସ ପୂର୍ବରୁ ଆବେଦନ କରିଥିବାରୁ ତାଙ୍କୁ ଆଜି ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ଦିଆଯାଉଛି। ପୂର୍ବରୁ ବି.ରାଧିକା SFSLର ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ସହିତ ପୋଲିସ୍ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ତୁଲାଇଛନ୍ତି ।




