ଚଳିତ ବର୍ଷ ରାଜ୍ୟରେ ବିଦ୍ୟୁତ କାଟ ହେବ ନାହିଁ : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ଏ ବର୍ଷ ରାଜ୍ୟରେ ବିଦ୍ୟୁତ କାଟ ହୋଇନି କି ହେବ ନାହିଁ I ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ I ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏନେଇ ଦୃଢ ପ୍ରତିଶୃତି ଦେଇଛନ୍ତି I ଏହା ସହିତ ସେ କହିଛନ୍ତି ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ଆପଣଙ୍କ ଅଂଚଳରେ ଯଦି ବିଜୁଳି କଟୁଛି ତା’ର […]

Samaya Live Picture
Published On

ଭୁବନେଶ୍ୱର : ଏ ବର୍ଷ ରାଜ୍ୟରେ ବିଦ୍ୟୁତ କାଟ ହୋଇନି କି ହେବ ନାହିଁ I ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ I ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏନେଇ ଦୃଢ ପ୍ରତିଶୃତି ଦେଇଛନ୍ତି I

ଏହା ସହିତ ସେ କହିଛନ୍ତି ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ଆପଣଙ୍କ ଅଂଚଳରେ ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ଏହା ଗଣମାଧ୍ୟମର କାଳ୍ପନିକ ଖବର। ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ହେଉଥିବା । ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି । ପ୍ରତିଶ୍ରୁତି ଦେଉଛି ଯେ ଏବର୍ଷ ପାୱାର କଟ୍‌ ହେବନି। ଏ ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Tags: