ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ,ବଞ୍ଚାଇଦେଲେ ୫୦ ଜୀବନ

ବାଲେଶ୍ୱର : ନିଜ ଜୀବନ ଯିବା ପୂର୍ବରୁ ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ I ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ I ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା I ଆଉ ଚଳନ୍ତା ବସରେ ହଠାତ୍‌ ହୃଦଘାତର ଶିକାର ହେଲେ ଡ୍ରାଇଭର। କିନ୍ତୁ ହୃଦଘାତରେ ଆଖି ବୁଜିବା ପୂର୍ବରୁ ଡ୍ରାଇଭର ଜଣକ ନିଜ କର୍ତବ୍ୟ ଭୁଲି ନଥିଲେ I ବସ୍‌ ଯାତ୍ରୀଙ୍କ ପାଇଁ ଦେବଦୂତ […]

Samaya Live Picture
Published On

ବାଲେଶ୍ୱର : ନିଜ ଜୀବନ ଯିବା ପୂର୍ବରୁ ବଞ୍ଚାଇଦେଲେ ୫୦ ଯାତ୍ରୀଙ୍କ ଜୀବନ I ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ I ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା I ଆଉ ଚଳନ୍ତା ବସରେ ହଠାତ୍‌ ହୃଦଘାତର ଶିକାର ହେଲେ ଡ୍ରାଇଭର। କିନ୍ତୁ ହୃଦଘାତରେ ଆଖି ବୁଜିବା ପୂର୍ବରୁ ଡ୍ରାଇଭର ଜଣକ ନିଜ କର୍ତବ୍ୟ ଭୁଲି ନଥିଲେ I ବସ୍‌ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ। ଛାତି ଯନ୍ତ୍ରଣାରେ ଛଟପଟ ହେଉଥିବା ଡ୍ରାଇଭରଜଣକ ବସଟିକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଅଟକାଇ ଦେଇଥିଲେ । ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୫୦ରୁ ଅଧିକ ଜୀବନ । ଡ୍ରାଇଭର ହୃଦଘାତରେ ଶିକାର ହୋଇଥିବା ଜାଣି ବସରୁ ଯାତ୍ରୀମାନେ ସୁରକ୍ଷିତ ଭାବରେ ଓହ୍ଲାଇଯାଇ ନିକଟସ୍ଥ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ I ୧୦୮ ଆମ୍ବୁଲାନସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ରାସ୍ତାରେ ବସଟି ଛିଡ଼ା ହୋଇଥିବାରୁ ପର୍ଯ୍ୟଟକ ହଇରାଣ ହେଉଥିଲେ । ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ବସଟିକୁ ପଞ୍ଚଲିଙ୍ଗେଶ୍ୱର ପୀଠକୁ ନେଇଥିଲେ ।

Tags: