ଘାଟିରେ ବସ -ଟ୍ରକ ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବାରିପଦା : ପୁଣି ଦ୍ବରଶୁଣି ଘାଟିରେ ଦୁର୍ଘଟଣା I ବାଙ୍ଗିରିପୋଷି ଦ୍ବରାଶୁଣି ଘାଟିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା I ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ବସ ଯାତ୍ରୀ I ବସଟି କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ ଫେଲ ଯୋଗୁ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟିଲା ଲୁହା ପଥର ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣାକୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ସେଠାରେ ପହଂଚି ସ୍ଥାନୀୟ […]
ବାରିପଦା : ପୁଣି ଦ୍ବରଶୁଣି ଘାଟିରେ ଦୁର୍ଘଟଣା I ବାଙ୍ଗିରିପୋଷି ଦ୍ବରାଶୁଣି ଘାଟିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା I ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ବସ ଯାତ୍ରୀ I ବସଟି କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବ୍ରେକ ଫେଲ ଯୋଗୁ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଜାତୀୟ ରାଜପଥ ଉପରେ ଓଲଟିଲା ଲୁହା ପଥର ବୋଝେଇ ଟ୍ରକ୍ । ଏଭଳି ଦୁର୍ଘଟଣାକୁ ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ସେଠାରେ ପହଂଚି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇବା ପରେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ବସ ଡ୍ରାଇଭର ଓ ବସଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।




