ଘାଟିରେ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ
ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା I ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି I ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର I ନିଆଁକୁ ଆୟତ୍ତ କରିବା ପାଇଁ ବିଶୋଇ ଓ ବାଙ୍ଗିରିପୋଷୀରୁ ୪ ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ I ସୂଚନାନୁସାରେ,ମହାରାଷ୍ଟ୍ର ନାସିକରୁ ଟ୍ରକ୍ଟି ପିଆଜ ବୋଝେଇ କରି କୋଲକତା ଅଭିମୁଖେ ଯାଉଥିଲା। ଆଜି ସକାଳେ ୪୯ ନମ୍ବର […]
ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା I ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି I ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର I ନିଆଁକୁ ଆୟତ୍ତ କରିବା ପାଇଁ ବିଶୋଇ ଓ ବାଙ୍ଗିରିପୋଷୀରୁ ୪ ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ I
ସୂଚନାନୁସାରେ,ମହାରାଷ୍ଟ୍ର ନାସିକରୁ ଟ୍ରକ୍ଟି ପିଆଜ ବୋଝେଇ କରି କୋଲକତା ଅଭିମୁଖେ ଯାଉଥିଲା। ଆଜି ସକାଳେ ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଟ୍ରକଟି ତଳକୁ ଖସି ପଡିଥିଲା I ଫଳରେ ସେଥିରେ ନିଆଁ ଲାଗିଯାଇଥିଲା I ତେବେ ଟ୍ରକର ଚାଳକ ଓ ହେଲପର ଅଳ୍ପକେ ବର୍ତି ଯାଇଛନ୍ତି। ଘଟଣା ସ୍ଥଳରେ ଦମକଳ ଦଳ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ସଂଖ୍ୟକ ଗାଡିମଟର ଲମ୍ବା ଧାଡ଼ିରେ ଅଟକି ରହିଛନ୍ତି। ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।




