ଘାଟିରେ ଟ୍ରକ୍‌ ଦୁର୍ଘଟଣା : ଡ୍ରାଇଭର ମୃତ, ହେଲପର ଆହତ

ମୟୂରଭଞ୍ଜ :ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା । ଡ୍ରାଇଭର ମୃତ ହୋଇଥିବା ବେଳେ ହେଲପର୍‌ ଗୁରୁତର ଆହାତ ।ା ମୃତକ ଡ୍ରାଇଭରଙ୍କ ନାମ ଶ୍ୟାମସୁଦ୍ଦିନ ଖାନ ଓ ଆହତ ହେଲପରଙ୍କ ନାମ ବଙ୍କିମ ହେମ୍ବ୍ରମ । ଆଜି ଭୋର ସମୟରେ ଏହି ଦୁର୍ଘଟଣାଟି ଘଟିଛି । ତଥ୍ୟାନୁସାରେ ଆଜି ଭୋର ସମୟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନଗତ ୪୯ନଂ ଜାତୀୟ ରାଜପଥ ଦ୍ୱାରସୁଣୀ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡିଥିଲା […]

Samaya Live Picture
Published On

ମୟୂରଭଞ୍ଜ :ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଟ୍ରକ୍‌ ଦୁର୍ଘଟଣା । ଡ୍ରାଇଭର ମୃତ ହୋଇଥିବା ବେଳେ ହେଲପର୍‌ ଗୁରୁତର ଆହାତ ।ା ମୃତକ ଡ୍ରାଇଭରଙ୍କ ନାମ ଶ୍ୟାମସୁଦ୍ଦିନ ଖାନ ଓ ଆହତ ହେଲପରଙ୍କ ନାମ ବଙ୍କିମ ହେମ୍ବ୍ରମ । ଆଜି ଭୋର ସମୟରେ ଏହି ଦୁର୍ଘଟଣାଟି ଘଟିଛି ।

ତଥ୍ୟାନୁସାରେ ଆଜି ଭୋର ସମୟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନଗତ ୪୯ନଂ ଜାତୀୟ ରାଜପଥ ଦ୍ୱାରସୁଣୀ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡିଥିଲା । ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ହେଲପର୍‌ ଆହାତ । ଖବର ପାଇ ବାଙ୍ଗିରିପୋଷି ଦମକଲ ବାହିନୀ ଦୁହିଁଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡ।କ୍ତରଖାନାକୁ ସ୍ଥାନାନ୍ତର କରଛି । ଉଭୟ ପଶ୍ଚିମବଙ୍ଗର ମେଦିନୀପୁରର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବାଙ୍ଗରିପୋଷି ପୋଲିସ୍‌ ତଦନ୍ତ ଜାରି ରଖିଛି ।

Tags: