ଘାଟିରେ ଟିପ୍ପର ଓଲଟି ୫ ମୃତ
ମାଲକାନଗିରି : ମାନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା I ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡିବା ଫଳରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଟିପ୍ପର ତଳେ ଚାପି ହୋଇ ୭ ଜଣ ଗୁରୁତର ହୋଇଛନ୍ତି I ଗୁରୁତର ଆହତଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଛି I ଆଜି ସକାଳେ ଏକ ଟିପ୍ପର ଲୁହା ରଡ଼,ସିମେଣ୍ଟ ବୋଝେଇ କରି ୧୨ରୁ ଅଧିକ ଶ୍ରମିକଙ୍କୁ ନେଇ ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା। । ଏହି […]
ମାଲକାନଗିରି : ମାନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା I ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡିବା ଫଳରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଟିପ୍ପର ତଳେ ଚାପି ହୋଇ ୭ ଜଣ ଗୁରୁତର ହୋଇଛନ୍ତି I ଗୁରୁତର ଆହତଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଛି I
ଆଜି ସକାଳେ ଏକ ଟିପ୍ପର ଲୁହା ରଡ଼,ସିମେଣ୍ଟ ବୋଝେଇ କରି ୧୨ରୁ ଅଧିକ ଶ୍ରମିକଙ୍କୁ ନେଇ ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା। । ଏହି ସମୟରେ ଭାରସାମ୍ୟ ହରାଇ ଟିପ୍ପରଟି ହନ୍ତାଳଗୁଡା ଘାଟିରେ ଓଲଟି ପଡିଥିଲା I ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହିତ,ପୁଲିସ୍ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର ଚାଲିଛନ୍ତି I ବର୍ତ୍ତମାନସୁଦ୍ଧା ସମସ୍ତ ମୃତାହତଙ୍କର ପରିଚୟ ମିଳିପାରିନାହିଁ I




