ଗ୍ୟାସ ଟ୍ୟାଙ୍କର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ପାରାଦ୍ଵୀପ: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଗ୍ୟାସ ଟ୍ୟାଙ୍କର Iଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ, ପ୍ରଭାତ ପାରାଦୀପ ଷଣ୍ଢକୁଦ ଅଞ୍ଚଳରେ ଥିବା ଏକ କମ୍ପାନୀରେ ପାଇପ କାମ କରନ୍ତି […]

Samaya Live Picture
Published On

ପାରାଦ୍ଵୀପ: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଗ୍ୟାସ ଟ୍ୟାଙ୍କର Iଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନା ଅନୁଯାୟୀ, ପ୍ରଭାତ ପାରାଦୀପ ଷଣ୍ଢକୁଦ ଅଞ୍ଚଳରେ ଥିବା ଏକ କମ୍ପାନୀରେ ପାଇପ କାମ କରନ୍ତି I ଆଜି ସକାଳୁ ନିଜ ବାଇକ ଯୋଗେ ସେ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ପାରାଦୀପ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ମୃତଦେହକୁ ଅଠରବାଙ୍କି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ପ୍ରଭାତଙ୍କ ପରିବାରକୁ ସୂଚନା ଦେଇଛି I

Tags: