ଗୋଟିଏ ଦିନରେ ରାଜ୍ୟରେ ୧୮ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ
ସୁନ୍ଦରଗଡ଼ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି I ଅସହ୍ୟ ତାତିରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ତେବେ ଗତ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ଘଟିଲାଣି I ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିବାବେଳେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ I ଗତକାଲି କେବଳ ୬ ଘଣ୍ଟା ମଧ୍ୟରେ […]
ସୁନ୍ଦରଗଡ଼ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି I ଅସହ୍ୟ ତାତିରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ତେବେ ଗତ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ଘଟିଲାଣି I ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିବାବେଳେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ I
ଗତକାଲି କେବଳ ୬ ଘଣ୍ଟା ମଧ୍ୟରେ କେବଳ ରାଉରକେଲା ଆରଜିଏଚରେ ୧୦ଜଣଙ୍କ ଜୀବନ ଯାଇଛି। ଅନେକ ଗୁରୁତର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ଏହି ଘଟଣା ରାଉରକେଲା ସହରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣ ଏବଂ ଝାରସୁଗୁଡ଼ାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଆଉ ୨୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି I
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସରକାରୀ ଚିକିତ୍ସାଳୟ(ଆରଜିଏଚ)ରେ ସାଢ଼େ ୬ ଘଣ୍ଟା ଭିତରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଏହି ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା ନେଇ ଭାରପ୍ରାକ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି। ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି ଯେ ଆଜି ଦିନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ୮ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ। ଆଉ ୨ଜଣ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
ରାଉରକେଲାରେ ବଢୁଥିବା ଅସ୍ୱାଭାବିକ ମୃତ୍ୟୁର କାରଣ ଅନୁଧ୍ୟାନ ନେଇ ମେଡିକାଲ ଅଫିସରଙ୍କର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛନ୍ତି I ଏନେଇ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରସାଦ ସୂଚନା ଦେଇଛନ୍ତି। ଏହି ଟିମ ମୃତ୍ୟୁର ସଠିକ କାରଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ I
ସୂଚନାନୁସାରେ,ଗତକାଲି ଝାରସୁଗୁଡ଼ାରେ ୪୭ ଡିଗ୍ରୀ ଛୁଇଁଥିଲା ଦିନର ତାପମାତ୍ରା I ମେ ମାସର ଏହା ସର୍ବକାଳୀନ ରେକର୍ଡ I ଏହାକୁ ମିଶାଇ ଝାରସୁଗୁଡ଼ାରେ ୬ ଥର ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି I ସେହିପରି ୧୯୯୮ ମସିହା ମେ ମାସ ୨୮ ତାରିଖରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁ ଥିଲା I
ଅନ୍ୟପଟେ ଆସନ୍ତା ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଦିନେ ଦୁଇଦିନ ମଧ୍ୟରେ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I




