ଗୃହରେ ହୀରାକୁଦ ତାତି,ଉତ୍ତର ରଖିଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର : ବିଧାନସଭାରେ ହୀରାକୁଦ ତାତି । ହୀରାକୁଦ୍ ପ୍ରସଙ୍ଗରେ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ତାଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଆଉ କହିଥିଲେ, କି ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଆଉ ଦୋହରାଇବାକୁ ଚାହୁଁନି। ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳ […]
ଭୁବନେଶ୍ୱର : ବିଧାନସଭାରେ ହୀରାକୁଦ ତାତି । ହୀରାକୁଦ୍ ପ୍ରସଙ୍ଗରେ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ତାଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଆଉ କହିଥିଲେ, କି ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଆଉ ଦୋହରାଇବାକୁ ଚାହୁଁନି।
ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳ ଚାଲିଥିଲା । ଏହି ସମୟରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ହୀରାକୁଦ ବନ୍ଧ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ କି, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ସେଠାରେ କିଛି ବ୍ୟାରେଜ୍ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି କି ?
ଯାହାର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଘେରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ରେ ଯେଉଁ ଡ୍ୟାମ୍ ହୋଇଛି । ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଆଉ ଦୋହରାଇବାକୁ ଚାହୁଁନି। କିନ୍ତୁ ଆପଣମାନେ ଗତ ୨୪ ବର୍ଷରେ କେତୋଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ, ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। କିମ୍ବା ନିଜକୁ ନିଜେ ପଚାରନ୍ତୁ। ଗତ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ ।
ସେହିପରି ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ୩୧ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, ୨୭ଟି ବ୍ୟାରେଜ୍, ୭୨ଟି ନଦୀ ଗର୍ଭ ଜଳାଶୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟର ୫୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଖୁବଶୀଘ୍ର ଏହାର ଡିପିଆର କାର୍ଯ୍ୟ ଆରମ୍ଭ ହେବ । ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ଅନ୍ୟପଟେ ଡାବୁଗାଁର ବିଧାୟକ ମନୋହର ରାନ୍ଧରୀଙ୍କ ପ୍ରଶ୍ନରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏହି ପ୍ରସଙ୍ଗ ଶାସକ ଦଳରେ ଥିବା ସମୟରେ ଉତ୍ଥାପନ କରିଥିଲେ ବର୍ତମାନ ଜଳସେଚନ ସମସ୍ୟା ରହିନଥାନ୍ତା। ଏବେକାର ଆମ ସରକାର ଏନେଇ କାର୍ଯ୍ୟକ୍ରମ ହାତକୁ ନେବ ଏବଂ ଜଳସମସ୍ୟା ଦୂର ହେବ ।




