ଗଳା ସ୍ପ୍ରେ ବଦଳରେ ଗଣ୍ଠି ସ୍ପ୍ରେ ,ଶିଶୁ ଗୁରୁତର

ଭୁବନେଶ୍ୱର : ଔଷଧ ଦୋକାନୀର ଖାମଖିଆଲି ଯୋଗୁଁ ଘଟିଗଲା ବଡ଼ ଅଘଟଣ I ଭୁଲ ଔଷଧ ଦେବାରୁ ଶିଶୁ ଗୁରୁତର I ପିଲାଟିର ଥଣ୍ଡା ସର୍ଦି ଜନିତ ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। କିନ୍ତୁ ଅନ୍ୟମନସ୍କତା ପାଇଁ ଔଷଧ ଦୋକାନର କର୍ମଚାରୀ ଦେଇଦେଇଥିଲେ ଗଣ୍ଠି ସ୍ପ୍ରେ । ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ମେଡିକାଲ ରେ ଚିକିତ୍ସାଧୀନ ରହିଛି । ଘଟଣା […]

Samaya Live Picture
Published On

ଭୁବନେଶ୍ୱର : ଔଷଧ ଦୋକାନୀର ଖାମଖିଆଲି ଯୋଗୁଁ ଘଟିଗଲା ବଡ଼ ଅଘଟଣ I ଭୁଲ ଔଷଧ ଦେବାରୁ ଶିଶୁ ଗୁରୁତର I ପିଲାଟିର ଥଣ୍ଡା ସର୍ଦି ଜନିତ ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। କିନ୍ତୁ ଅନ୍ୟମନସ୍କତା ପାଇଁ ଔଷଧ ଦୋକାନର କର୍ମଚାରୀ ଦେଇଦେଇଥିଲେ ଗଣ୍ଠି ସ୍ପ୍ରେ । ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ମେଡିକାଲ ରେ ଚିକିତ୍ସାଧୀନ ରହିଛି । ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ I

ଭୁବନେଶ୍ୱର ନିକଟ ଗାଡ଼କଣ ଅଞ୍ଚଳର ବି.କେ.ଭାବନାଙ୍କର ୬ ବର୍ଷୀୟ ଶିଶୁ କନ୍ୟାର ଗଳା ସଂକ୍ରମଣ ହୋଇଥିଲା I ସେ ଶୈଳଶ୍ରୀ ବିହାର ଅଞ୍ଚଳର ଏକ କ୍ଲିନିକ୍‌କୁ ଯାଇ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଗଳା ସଂକ୍ରମଣ ରୋକିବାକୁ କିଛି ଔଷଧ ସହ ଏକ ସ୍ପ୍ରେ ବି ଲେଖିଥିଲେ। ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌କୁ ଧରି ଚନ୍ଦ୍ରଶେଖରପୁର ସ୍ଥିତ ଏକ ଔଷଧ ଦୋକାନରୁ ଭାବନା ଔଷଧ ସହିତ ଏକ ସ୍ପ୍ରେ କିଣିଥିଲେ ଇ କିନ୍ତୁ ସ୍ପ୍ରେ କରିବା ପରେ ଶିଶୁଟିର ଗଳାରେ ଅତ୍ୟଧିକ ଜଳାପୋଡ଼ା ହୋଇଥିଲା I ପଏହା ଦେଖି ଭବନ ପୁଣି ଠାରେ ଡାକ୍ତରଙ୍କ ପାଖକୁ ସମସ୍ତ ଔଷଧ ନେଇ ଯାଇଥିଲେ । ସେଠାରେ ଜଣାପଡିଥିଲା ଭୁଲ ସ୍ପ୍ରେ ଯୋଗୁଁ ଶିଶୁଟିର ଅବସ୍ଥା ଖରାପ ହୋଇଛି Iଚନ୍ଦ୍ରଶେଖରପୁର ପୋଲିସ ଏ ସଂପର୍କରେ ଅଭିଯୋଗ ପାଇବା ପରେ ଭୁଲ୍ ଔଷଧ ଦେଇଥିବା ଔଷଧ ଦୋକାନର ସେଲ୍‌ସମ୍ୟାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ପୋଲିସ ତଦନ୍ତ ବେଳେ ଔଷଧ ଦୋକାନୀ କର୍ମଚାରୀ ଜଣକ ମାଟ୍ରିକ ଫେଲ ବୋଲି ଜଣ ପଡିଛି I

Tags: