ଗଜପତିରେ ତାଲା ବନ୍ଦ !

ସମୟ ଲାଇଭ, 25/3(ଗରୁଡ଼ ଧ୍ୱଜ ଚୌଧୁରୀ  ):କରୋନାକୁ ନେଇ ସାରା ବିଶ୍ଵ ଚିନ୍ତିତ। ତେଣୁ ସାରା ଦେଶରେ ବର୍ତ୍ତମାନ ଲକ-ଡାଉନ ଘୋଷଣା କରାଯାଇଛି। ଏହି ନିଦ୍ଦେର୍ଶକୁ ଗଜପତି ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁଛି। ଏହି ଆଧାରରେ ଆଜି ପୋଲିସ ଓ ପ୍ରଶାସନ ମିଳିତ ଭାବରେ ବିଭିନ୍ନ ସ୍ଥାନ ବୋଲି ଘରୁ ବାହାରକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଲୋକେ ପରିବା ଓ ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୈନିକ ବଜାରରେ ଗହଳି କରିଥିଲେ। ପୋଲିସ […]

Samaya Live Picture
Published On

ସମୟ ଲାଇଭ, 25/3(ଗରୁଡ଼ ଧ୍ୱଜ ଚୌଧୁରୀ  ):କରୋନାକୁ ନେଇ ସାରା ବିଶ୍ଵ ଚିନ୍ତିତ। ତେଣୁ ସାରା ଦେଶରେ ବର୍ତ୍ତମାନ ଲକ-ଡାଉନ ଘୋଷଣା କରାଯାଇଛି। ଏହି ନିଦ୍ଦେର୍ଶକୁ ଗଜପତି ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁଛି। ଏହି ଆଧାରରେ ଆଜି ପୋଲିସ ଓ ପ୍ରଶାସନ ମିଳିତ ଭାବରେ ବିଭିନ୍ନ ସ୍ଥାନ ବୋଲି ଘରୁ ବାହାରକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି। ତେବେ ଲୋକେ ପରିବା ଓ ଅତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୈନିକ ବଜାରରେ ଗହଳି କରିଥିଲେ। ପୋଲିସ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଥିଲେ। ବର୍ତ୍ତମାନ ସହରରେ ବିଭିନ୍ନ ସ୍ଥାନରେ ଏକାଧିକ ବଜାର କରାଯିବ ବୋଲି ପୈାରପରିଷଦର ନିବାହି ଅଧିକାରୀ ଅଶୋକ କୁମାର ରାଉତ କହିଛନ୍ତି। ଫଳରେ ଯେଉଁ ଅଞ୍ଚଳର ଲୋକ ସେହି ଅଞ୍ଚଳରେ ରହି ଜିନିଷପତ୍ର କିଣିପାରିବେ ବୋଲି କହିଛନ୍ତି। କେବଳ ପାରଳାଖେମୁଣ୍ଡି ସହରରେ ନୁହେଁ ସାରା ଗଜପତି ଜିଲ୍ଲାରେବି ସେହି ସମାନ ବ୍ୟବସ୍ଥା ଲାଗୁ ରହିଛି। କେବଳ ଅତିଆବଶ୍ୟକ ସାମଗ୍ରୀ ଦୋକାନ ବାଦ ଅନ୍ୟ କୌଣସି ଦୋକାନ ଖୋଲାନାହିଁ। ପୋଲିସ ଓ ପ୍ରଶାସନ ସବୁ ସ୍ଥାନରେ ଲୋକେ ଯେଭଳି ଘରୁ ନବାହାରିବେ ତାହା ଉପରେ ଦୃଷ୍ଟି ରଖିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

Tags: