ଗଛରେ ବରଯାତ୍ରୀ ଗାଡି ପିଟି ହୋଇ ୨ ମୃତ
କଟକ : ବିବାହ ଭୋଜିରୁ ଫେରିଲାବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡି I ଗଛରେ ପିଟିହେବା ଫଳରେ ବରଯାତ୍ରୀ ଗାଡ଼ିରେ ଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରତର ହୋଇଛନ୍ତି । କଟକ ଜିଲ୍ଲା ବାଙ୍କୀ ରଣଶଙ୍ଖରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ଗଛରେ ମାଡ଼ ହୋଇଥିଲା। କାରଟି ଆଠଗଡ଼ ଅଞ୍ଚଳରୁ ବାଙ୍କୀ ଯାଉଥିବା ବେଳେ ରଣଶଙ୍ଖ ନିକଟରେ ଦୁର୍ଘଟଣାଗସ୍ତ ହେଇଥିଲା। ଘଟଣାସ୍ଥଳରେ […]
କଟକ : ବିବାହ ଭୋଜିରୁ ଫେରିଲାବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡି I ଗଛରେ ପିଟିହେବା ଫଳରେ ବରଯାତ୍ରୀ ଗାଡ଼ିରେ ଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରତର ହୋଇଛନ୍ତି । କଟକ ଜିଲ୍ଲା ବାଙ୍କୀ ରଣଶଙ୍ଖରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ଗଛରେ ମାଡ଼ ହୋଇଥିଲା। କାରଟି ଆଠଗଡ଼ ଅଞ୍ଚଳରୁ ବାଙ୍କୀ ଯାଉଥିବା ବେଳେ ରଣଶଙ୍ଖ ନିକଟରେ ଦୁର୍ଘଟଣାଗସ୍ତ ହେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ସମସ୍ତ ମୃତକ ଏବଂ ଆହତ ଆଠଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରୁ କାର ଡ୍ରାଇଭର ଫେରାର ହୋଇଯାଇଛି I




