ଖୋଲିବ ରତ୍ନ ଭଣ୍ଡାର

ପୁରୀ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆସନ୍ତାବର୍ଷ ରଥଯାତ୍ରା ସମୟରେ ଖୋଲାଯାଇପାରେ ରତ୍ନଭଣ୍ଡାର। ର ତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବୈଠକ ଶେଷ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ […]

Samaya Live Picture
Published On

ପୁରୀ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଆସନ୍ତାବର୍ଷ ରଥଯାତ୍ରା ସମୟରେ ଖୋଲାଯାଇପାରେ ରତ୍ନଭଣ୍ଡାର। ର ତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବୈଠକ ଶେଷ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଲେଜର ସ୍କାନିଂ ଦ୍ୱାରା ଯାଞ୍ଚ କରାଯିବ। ଏହାସହ ରତ୍ନାଭଣ୍ଡାର ଖୋଲିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶୁକ୍ରବାର ଏନେଇ ସୁପାରିସ କରାଯାଇଛି ।

ସେହିଭଳି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ଉଚ୍ଚ ସ୍ତରୀୟ କମିଟି । ଯାଞ୍ଚ ବେଳେ ପରିଚାଳନା କମିଟି ସଦସ୍ୟ ଓ ଏଏସଆଇ ସଦସ୍ୟ ଉପସ୍ଥିତ ରହିବେ । ଏହାଛଡା ଅବସରପ୍ରାପ୍ତ ବିଚାରପତି ମଧ୍ୟ ଏହି କମିଟିରେ ରହିବେ । ଏହି କମିଟି ଜରିଆରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମଗାଯିବ । ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି କରାଯିବ ।

ଏଥି ସହିତ ପରିଚାଳନା କମିଟି ବୈଠକରେ ଗତ ସ୍ନାନ ଓ ରଥଯାତ୍ରାର ନୀତି ସମୀକ୍ଷା କରାଯାଇଛି। ଶୃଙ୍ଖଳିତ ଭାବେ ରଥ ସରିଛି। ଯେଉଁ କିଛି ତ୍ରୁଟି ରହିଥିଲା ସେନେଇ ଆଲୋଚନା କରାଯାଇଛି। ସେବାୟତ କଲ୍ୟାଣ ଯୋଜନା ନେଇ ମଧ୍ୟ ଆଲୋଚନା କରାଯିବା ସହ ସେପ୍ଟେମ୍ବର ୨୦୨୪ ମଧ୍ୟରେ ତାହା ସମ୍ପୂର୍ଣ ହେବ ବୋଲି କୁହାଯାଇଛି। ଏଥି ସହିତ ଗୁରୁକୁଳ ଟେଣ୍ଡର ଫାଇନାଲ କରାଯାଇଛି । ୧୧ ଅଗଷ୍ଟ ସୁଦ୍ଧା ଟେଣ୍ଡର କରାଯିବ ବୋଲି ଜଣାପଡିଛି। ସେହିପରି ଲାଗିରହିଥିବା ବନକଲାଗି ବିବାଦ ଉପରେ ମଧ୍ୟ ଆଲୋଚନା ହେବା ସହ ପ୍ରତ୍ୟେକ ମାସର ଦୁଇଟି ବୁଧବାର ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Tags: