ଖେଳିବାବେଳେ କୂଅରେ ପଡି ୨ ଶିଶୁ ମୃତ

ଢେଙ୍କାନାଳ : ଖେଳୁଥିବା ବେଳେ କୂଅ ଭିତରେ ପଡିଗଲେ ୨ ଶିଶୁ I ଗତକାଲି ଅପରାହ୍ନରେ ଘରେ ବାପା ମା’ ନଥିବାବେଳେ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲେ ୨ ଶିଶୁ I ଅନେକ ସମୟ ଧରି ୨ ଶିଶୁ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାରଲୋକେ I ଆଜି ସକାଳେ ଘର ନିକଟରେ ଥିବା ଏହି କୂଅରେ ଉଭୟ ଶିଶୁଙ୍କ ମୃତଦେହ ଭାସୁଥିବାର ଦେଖା ଯାଇଥିଲା I ଘଟଣା […]

Samaya Live Picture
Published On

ଢେଙ୍କାନାଳ : ଖେଳୁଥିବା ବେଳେ କୂଅ ଭିତରେ ପଡିଗଲେ ୨ ଶିଶୁ I ଗତକାଲି ଅପରାହ୍ନରେ ଘରେ ବାପା ମା’ ନଥିବାବେଳେ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲେ ୨ ଶିଶୁ I ଅନେକ ସମୟ ଧରି ୨ ଶିଶୁ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାରଲୋକେ I ଆଜି ସକାଳେ ଘର ନିକଟରେ ଥିବା ଏହି କୂଅରେ ଉଭୟ ଶିଶୁଙ୍କ ମୃତଦେହ ଭାସୁଥିବାର ଦେଖା ଯାଇଥିଲା I ଘଟଣା ଘଟିଛି ଢେଙ୍କାନାଙ୍କ ସଦର ଥାନା ଅନ୍ତର୍ଗତ ନଟକଟା ଗାଁରେ Iଏଭଳି ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିବା ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନାନୁସାରେ, ଗତକାଲି ନଟକଟା ଗ୍ରାମର କଂପାନି ପଧାନ ଓ ତାଙ୍କ ପତ୍ନୀ ସରସ୍ୱତୀ ପଧାନ ଦିନବେଳେ ଧାନ କାଟିବାକୁ ବିଲକୁ ଯାଇଥିଲେ। ଘରେ ୨ ଶିଶୁ ରଞ୍ଜିତ ପଧାନ(୫) ଏବଂ ସଞ୍ଜିତ ପଧାନ(୪) ଖେକୁଥିବା ବେଳେ ଘରଠାରୁ କିଛି ଦୂର ଗ୍ରାମ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲେ। କୂଅରେ ଦୁଇ ଭାଇ ଖସିପଡ଼ିବା ସଂପର୍କରେ ମଧ୍ୟ କେହି ଜାଣିପାରି ନ ଥିଲେ। ତେବେ ସନ୍ଧ୍ୟା ସମୟରେ କମ୍ପାନି ଏବଂ ତାଙ୍କ ସ୍ତ୍ରୀ ବିଲରୁ ଫେରିପିକ ଦୁଇଙ୍କୁ ନପାଇବାରୁ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବହୁ ଖୋଜାଖୋଜି କରି ଫେରି ଯାଇଥିଲେ । ଆଜି ସକାଳେ ପୁଣି ଖୋଜାଖୋଜି କରିବାରୁ ଗ୍ରାମ ଭିତରେ ତଥା ଘର ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ଶିଶୁ ଦୁଇଟିର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ପରେ ପୁଲିସ ସହଯୋଗରେ କୂଅ ଭିତରୁ ମୃତ ଶିଶୁ ଦୁଇଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

Tags: