ଖୁବଶୀଘ୍ର ଗଠନ ହେବ ଦକ୍ଷିଣ ଓଡ଼ିଶା ଉନ୍ନୟନ ବିକାଶ ପରିଷଦ
କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ହୋଇଛି । ଅଞ୍ଚଳର ବିକାଶ ପାଇଁ ୨୦୦ କୋଟି ଟଙ୍କାର ବଜେଟ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ୱ […]
କୋରାପୁଟ: ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ଯାଉଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ହୋଇଛି । ଅଞ୍ଚଳର ବିକାଶ ପାଇଁ ୨୦୦ କୋଟି ଟଙ୍କାର ବଜେଟ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ୱ ଦେଉନଥିଲେ, ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ରତ୍ନଗର୍ଭା କୋରାପୁଟର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ୭୬୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ ହୋଇଛି । ବିଶେଷ କରି ୪ଟି ବର୍ଗ-ଗରିବ, ମହିଳା, କୃଷକ, ଯୁବକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୟପୁରରୁ- ଭୁବନେଶ୍ବର ବନ୍ଦେ ଭାରତ ଚାଲିବ। ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ ଦାବି ଆସିଛି। ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି।




