ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ବାରଙ୍ଗ : ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଗଠଡ଼ରୁ ଭୁବନେଶ୍ୱର ଫେରିବା ବେଳେ ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇଓ୍ବା ସହ ମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ଫଳରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଖବର […]
ବାରଙ୍ଗ : ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଗଠଡ଼ରୁ ଭୁବନେଶ୍ୱର ଫେରିବା ବେଳେ ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇଓ୍ବା ସହ ମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ଫଳରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଖବର ପାଇ ବାରଙ୍ଗ ଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ମନ୍ତ୍ରୀଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟସ୍ତଳକୁ ପଠାଇଥିଲେ । ଏହା ସହିତ ହାଇୱାକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।




