ଖରସ୍ରୋତା ନଦୀରେ ବୁଡି ଯାଇଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର
ଯାଜପୁର : ଖରସ୍ରୋତା ନଦୀରୁ ଉଦ୍ଧାର ହେଲା ବଡ଼ ଭାଇଙ୍କର ମୃତଦେହ I ଗତକାଲି ଗାଧୋଇବାକୁ ଯାଇ ଯାଜପୁର ଜିଲ୍ଲା ଜୋକୋଡିଆ ନିକଟ ଖରସ୍ରୋତା ନଦୀରେ ବୁଡି ନିଖୋଜ ହୋଇଥିଲେ ୨ ଭାଇ I ଆଜି ସକାଳୁ ବଡ଼ ଭାଇ ଶାଶ୍ୱତ ସ୍ଵାଇଁ(୨୪)ଙ୍କର ମୃତଦେହ ଜୋକୋଡିଆ ନୂଆ ପୋଲ ନିକଟରୁ ଉଦ୍ଧାର ହୋଥିବା ବେଳେ ସାନ ଭାଇ ସ୍ୱସ୍ତିକ ସ୍ୱାଇଁ (୨୧) ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି I ଘଟନାନୁସାରେ,ଗୁରୁବାର ଖରସ୍ରୋତା ନଦୀରେ ରସୁଲପୁର ବ୍ଲକ ପହଙ୍ଗା […]
ଯାଜପୁର : ଖରସ୍ରୋତା ନଦୀରୁ ଉଦ୍ଧାର ହେଲା ବଡ଼ ଭାଇଙ୍କର ମୃତଦେହ I ଗତକାଲି ଗାଧୋଇବାକୁ ଯାଇ ଯାଜପୁର ଜିଲ୍ଲା ଜୋକୋଡିଆ ନିକଟ ଖରସ୍ରୋତା ନଦୀରେ ବୁଡି ନିଖୋଜ ହୋଇଥିଲେ ୨ ଭାଇ I ଆଜି ସକାଳୁ ବଡ଼ ଭାଇ ଶାଶ୍ୱତ ସ୍ଵାଇଁ(୨୪)ଙ୍କର ମୃତଦେହ ଜୋକୋଡିଆ ନୂଆ ପୋଲ ନିକଟରୁ ଉଦ୍ଧାର ହୋଥିବା ବେଳେ ସାନ ଭାଇ ସ୍ୱସ୍ତିକ ସ୍ୱାଇଁ (୨୧) ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି I
ଘଟନାନୁସାରେ,ଗୁରୁବାର ଖରସ୍ରୋତା ନଦୀରେ ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଜୋକଡ଼ିଆଠାରେ ଶିବାନନ୍ଦ ନଗରର ୨ ଭାଇ ଗାଧୋଇବାବେଳେ ବୁଡିଯାଇ ନିଖୋଜ ଥିଲେ । ନଦୀରେ ଗାଧୋଇବା ବେଳେ ପ୍ରଥମେ ବଡ ଭାଇ ବୁଡି ଯାଇଥିଲେ। ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ଜୋକଡ଼ିଆ ନୂଆ ପୋଲ ନିକଟରେ ଶାଶ୍ୱତଙ୍କର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ I ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି I




