ଖବର ପ୍ରସାରଣ ପରେ ଶିକ୍ଷକଙ୍କୁ ମିଳିଲା ଦରମା
ବଲାଙ୍ଗୀର : ଖବର ପ୍ରସାରଣ ପରେ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା I ଏକାଥରକେ ୭୨ ଜଣ ଶିକ୍ଷକଙ୍କୁ ମିଳିଛି ୩ ମାସର ବକେୟା ଦରମା । ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି। , ରାଜ୍ୟ ପ୍ରକଳ୍ପ […]
ବଲାଙ୍ଗୀର : ଖବର ପ୍ରସାରଣ ପରେ ଶିକ୍ଷକଙ୍କୁ ମିଳିଲା ବକେୟା ଦରମା I ଏକାଥରକେ ୭୨ ଜଣ ଶିକ୍ଷକଙ୍କୁ ମିଳିଛି ୩ ମାସର ବକେୟା ଦରମା । ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଦରମା ମିଳିଥିବା ଜଣାପଡ଼ିଛି। , ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ ଅନନ୍ୟା ଦାସ ହସ୍ତକ୍ଷେପ କରି ଶିକ୍ଷକଙ୍କ ଦରମା ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟନାନୁସାରେ,ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକର ବନ୍ଧନବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଭୁଦତ୍ତ ସାହୁ ତିନି ମାସ ଧରି ଦରମା ପାଇବାରୁ ବଞ୍ଚିତ ହେବା ପରେ ପରିବାର ଚଳାଇବା ପାଇଁ ମୂଲ ଲାଗି ଯିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଛୁଟି ପାଇଁ ଆବେଦନ କରିଥିଲେ । ତାଙ୍କ ଛୁଟି ଆବେଦନରେ ଉଲ୍ଲେଖ ଥିଲା ଯେ ସେ ୩ ମାସ ଧରି ଦରମା ନ ପାଇବାରୁ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବରେ କାମ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଶିକ୍ଷକ ଜଣକ ଯେଉଁ ଉଦ୍ଦେଶ୍ୟରେ ଛୁଟି ମାଗିଥିଲେ ତାକୁ ପଢ଼ି ପ୍ରଧାନଶିକ୍ଷକ ଚକିତ ହୋଇଯାଇଥିଲେ।
ପ୍ରଧାନଶିକ୍ଷକ ଉକ୍ତ ଛୁଟି ଦରଖାସ୍ତ ଗ୍ରହଣ କରିବା ପରେ ଗୁରୁବାର ସେ ଜଣେ ଚାଷୀଙ୍କ କ୍ଷେତରେ ମୂଲ ଲାଗିବାକୁ ଯାଇଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ସହ ଦରମା ପାଇ ନ ଥିବା ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ବକେୟା ଦରମା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ରାଜ୍ୟ ସହକାରୀ ଶିକ୍ଷକ କ୍ୟାଡର (ପୂର୍ବ କ୍ୟାଡର)ଙ୍କ ଦରମା digiGOV ୱେବସାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବିତ ହୋଇଥିଲା ବୋଲି ସୂଚନା ମିଳିଛି ।




