ଖଣ୍ଡଗିରି ଓଭର ବ୍ରିଜ ଉପରେ ଗ୍ୟାସ ଲିକ: ଘଣ୍ଟାଏ ଧରି ଟ୍ରାଫିକ ଜାମ, ଲୋକେ ଭୟଭୀତ

ଭୁବନେଶ୍ୱର: ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ଲିକ। ଉତ୍ତରାରୁ ବ୍ରହ୍ମପୁର ଯାଉଥିଲା ବେଳେ CNG ବୋଝେଇ ଗାଡିରେ ଗ୍ୟାସ ଲିକ ହୋଇଥିଲା। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ଗାଡି ନମ୍ବର OD02BS1620 ଗ୍ୟାସ ବୋଝେଇ କରି ଯାଉଥିବା ବେଳେ ଅଚାନକ ଗ୍ୟାସ ଲିକ ହେଉଥିବା ଅନୁଭବ କରି ଡ୍ରାଇଭର ଗାଡି ଅଟକାଇଥିଲେ। ଟ୍ରକ ମଧ୍ୟରେ ଲାଗିଥିବା ସମସ୍ତ ଗ୍ୟାସ ଟାଙ୍କି ର ଭାଲବ କୁ ଟାଇଟ କରିବା ସହ GAIL କତୃପକ୍ଷଙ୍କୁ ଖବର ଦେଇଥିଲେ। […]

Samaya Live Picture
Published On

ଭୁବନେଶ୍ୱର: ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ଲିକ। ଉତ୍ତରାରୁ ବ୍ରହ୍ମପୁର ଯାଉଥିଲା ବେଳେ CNG ବୋଝେଇ ଗାଡିରେ ଗ୍ୟାସ ଲିକ ହୋଇଥିଲା। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ଗାଡି ନମ୍ବର OD02BS1620 ଗ୍ୟାସ ବୋଝେଇ କରି ଯାଉଥିବା ବେଳେ ଅଚାନକ ଗ୍ୟାସ ଲିକ ହେଉଥିବା ଅନୁଭବ କରି ଡ୍ରାଇଭର ଗାଡି ଅଟକାଇଥିଲେ। ଟ୍ରକ ମଧ୍ୟରେ ଲାଗିଥିବା ସମସ୍ତ ଗ୍ୟାସ ଟାଙ୍କି ର ଭାଲବ କୁ ଟାଇଟ କରିବା ସହ GAIL କତୃପକ୍ଷଙ୍କୁ ଖବର ଦେଇଥିଲେ। କିଛି ସମୟ ପାଇଁ ପୁରା ଅଞ୍ଚଳରେ ଆତଙ୍କ ଖେଳିଗଲା। ଲୋକେ ଭୟଭୀତ ହୋଇପଡିଲେ। ରାସ୍ତା ଜାମ ହୋଇଗଲା। ଗାଡି ଚଳାଚଳ ଠପ ହୋଇଗଲା। ତୁରନ୍ତ ଖଣ୍ଡଗିରି ପୁଲିସ ସହ ଫାୟାର ସର୍ଭିସ ର ଦୁଇଟି ଗାଡି ପାଣି ପକେଇ ଗ୍ୟାସକୁ ଆୟତ କରିଥିଲା। ପୁରା ଅଞ୍ଚଳକୁ କର୍ଡନ କରି ଦିଆଗଲା। ଫାୟାର ଅଧିକାରୀଏବଂ ବିଶେଷଜ୍ଞ ଟିମର ପାଖାପାଖି ୪୫ ମିନିଟର ଲଗାତାର ଅପରେସନ ପରେ ଗ୍ୟାସ ଲିକ କଣ୍ଟ୍ରୋଲ ହୋଇଥିଲା। ପରେ ସୁରକ୍ଷିତ ସହ ଗାଡିର ସମସ୍ତ ଟାଙ୍କି ସହ ଗାଡି କୁ ଗନ୍ତବ୍ୟ ସ୍ଥଳକୁ ପଠା ଯାଇଛି।

ଗ୍ୟାସ ବୋଝେଇ ନେଇ ଯାଉଥିବା ଗାଡି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ବିପଦ ଟଳିଗଲା ବୋଲି କୁହାଯାଉଛି। ଗ୍ୟାସ ଲିକ ହେବା ଜାଣିବା ପରେ ତୁରନ୍ତ ଗାଡିକୁ ଅଟକାଇ ଡିପୋ ଅଧିକାରୀଙ୍କୁ ଫୋନ କରିଥିଲେ। ତୁରନ୍ତ ଗେଲ ଟିମ ଓ ବିଶେଷଜ୍ଞ ଟିମ ପହଞ୍ଚିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଲା ବୋଲି କୁହାଯାଉଛି।

Tags: