କ ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଯୁବତୀଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର : ଜୁନ ୭: ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ସରପଞ୍ଚ (ଜିଲ୍ଲାପାଳ କ୍ଷମତା ଧାରୀ) ଅସଦାଚରଣ କରିଥିବା ଗୁରୁତର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରୀବାଞ୍ଜି କ ୍ୱାରେଣ୍ଟାଇନ୍ ସେଣ୍ଟରରେ ଏଭଳି ଘଟଣା ଘଟିଛି ଓ ଏ ନେଇ ଏକ ଭିଡିଓ ଭାଇରାଲ ହେଲା ପରେ ଖବରଟି ପଦାକୁ ଆସିଛି । ତଥ୍ୟ ଅନୁସାରେ ଜଣେ ୧୮ ବର୍ଷିୟା ଯୁବତୀ ତାମିଲନାଡ଼ୁ କୋଇମ୍ୱାଟୁରରୁ ଫେରି ୬ ଦିନ ହେଲା […]
ଭୁବନେଶ୍ୱର : ଜୁନ ୭: ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ସରପଞ୍ଚ (ଜିଲ୍ଲାପାଳ କ୍ଷମତା ଧାରୀ) ଅସଦାଚରଣ କରିଥିବା ଗୁରୁତର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରୀବାଞ୍ଜି କ ୍ୱାରେଣ୍ଟାଇନ୍ ସେଣ୍ଟରରେ ଏଭଳି ଘଟଣା ଘଟିଛି ଓ ଏ ନେଇ ଏକ ଭିଡିଓ ଭାଇରାଲ ହେଲା ପରେ ଖବରଟି ପଦାକୁ ଆସିଛି । ତଥ୍ୟ ଅନୁସାରେ ଜଣେ ୧୮ ବର୍ଷିୟା ଯୁବତୀ ତାମିଲନାଡ଼ୁ କୋଇମ୍ୱାଟୁରରୁ ଫେରି ୬ ଦିନ ହେଲା ଅନ୍ଧାରୀବାଞ୍ଜି କ ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି । ଏହି ସେଣ୍ଟରରେ ସେ ଜଣେ ମାତ୍ର ଯୁବତୀ ହୋଇଥିବାରୁ ତାଙ୍କୁ ଅଲଗା ରୁମ୍ରେ ରଖାଯାଇଛି । ତେବେ ଜିଲ୍ଲାପାଳ କ୍ଷମତା ପାଇଥିବା ଖୋଦ୍ ସରପଞ୍ଚ ବନମାଳି ସା ମଦ ପିଇ ତାଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣଙ୍କ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ନ୍ୟାୟ ନମିଳଲେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣକ ଭିଡିଓରେ କହିଛନ୍ତି । ଘଟଣା ସଂପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଯୁବତୀ ଜଣଙ୍କ କ ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବାରୁ ସେ ଥାନାରେ ଅଭିଯୋଗ କରିନଥିବା କୁହାଯାଉଛି । ଅପରପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ ବନମାଳୀ ସା ।




