କ୍ୟାପିଟାଲ ହସପିଟାଲରେ ଶିଶୁ ବଦଳ ଘଟଣା,ଆଟେଣ୍ଡାଂଟ ନିଲମ୍ବିତ

ଭୁବନେଶ୍ୱର : ଗତକାଲି ୨୬ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଶିଶୁ ବଦଳ ଅଭିଯୋଗ ହୋଇଥିଲା I ନବ ଜାତକ ପୁଅ ଜନ୍ମ ହେଇଥିବା କହି ତାଙ୍କୁ ଝିଅ ଦେଇଥିବା ଅଭିଯୋଗ କରିଥିଲେ ଦମ୍ପତି I ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ରହୁଥିବା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭବେଦନା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ତାଙ୍କୁ ଶିଶୁ […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ୨୬ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଶିଶୁ ବଦଳ ଅଭିଯୋଗ ହୋଇଥିଲା I ନବ ଜାତକ ପୁଅ ଜନ୍ମ ହେଇଥିବା କହି ତାଙ୍କୁ ଝିଅ ଦେଇଥିବା ଅଭିଯୋଗ କରିଥିଲେ ଦମ୍ପତି I ଅଭିଯୋଗ ଅନୁସାରେ ଭୁବନେଶ୍ୱରରେ ରହୁଥିବା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ଗର୍ଭବେଦନା ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ତାଙ୍କୁ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ପରେ ଘଟଣାଦିନ ଉପସ୍ଥିତ ଥିବା ଆଟେଣ୍ଡାଂଟକୁ ନିଲମ୍ବିତ କରାଯାଇଛି । ଏହା ସହ ଏହି ଘଟଣାରେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ସେନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି I ଏହା ସହ ଶିଶୁ ବଦଳ ହୋଇଥିବା ପିତାମାତା ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର, ଅନ୍ୟ ଷ୍ଟାଫକୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭିକୁ ଯାଞ୍ଚ କରାଯାଉ ଓ ଡିଏନଏ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି ।

Tags: