କ୍ୟାନସର ଆକ୍ରାନ୍ତ ପରେ ,ତମାଖୁ ନଖାଇବାକୁ ଲୋକଙ୍କୁ ଅପିଲ କଲେ ସାତ୍ୟକି ମିଶ୍ର

ଭୁବନେଶ୍ୱର : ପ୍ରାୟ ଏକ ବର୍ଷ ଧରି ମୁଖ ଗହ୍ୱର କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଓଡ଼ିଆ ଅଭିନେତା ସାତ୍ୟକି ମିଶ୍ର । ଗତବର୍ଷ ତାଙ୍କ ମୁହଁ ଅପରେଶନ ହେବା ପରେ ବର୍ତ୍ତମାନ ସାମାନ୍ୟ ବଙ୍କା ରହିଛି ମୁହଁ I ଏହା ପରେ ଲୋକମାନଙ୍କୁ ତମ୍ବାଖୁ ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି , ଗତ ୧ ବର୍ଷ ହେବ ସେ କ୍ୟାନସରରେ […]

Samaya Live Picture
Published On

ଭୁବନେଶ୍ୱର : ପ୍ରାୟ ଏକ ବର୍ଷ ଧରି ମୁଖ ଗହ୍ୱର କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଓଡ଼ିଆ ଅଭିନେତା ସାତ୍ୟକି ମିଶ୍ର । ଗତବର୍ଷ ତାଙ୍କ ମୁହଁ ଅପରେଶନ ହେବା ପରେ ବର୍ତ୍ତମାନ ସାମାନ୍ୟ ବଙ୍କା ରହିଛି ମୁହଁ I ଏହା ପରେ ଲୋକମାନଙ୍କୁ ତମ୍ବାଖୁ ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି , ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡ଼ିତ ହୋଇ ଅନେକ କଷ୍ଟ ପାଇଛନ୍ତି। ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନ ଦେବାକୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ଆଶା କରୁଛି ସମସ୍ତେ ମୋର ଅନୁରୋଧ ରକ୍ଷା କରିବେ। । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶା କରୁଛି ସମସ୍ତେ ମୋ ଅନୁରୋଧ ରକ୍ଷା କରିବେ ବୋଲି ମୋର ଆଶା ।

ସୂଚନା ଥାଉକି ଓଡିଆ ଚଳଚିତ୍ରର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧ ବର୍ଷ ତଳେ ତାଙ୍କର ମୁହଁ ଅପରେଶନ ହୋଇଛି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି ।

Tags: