କ୍ଷେତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଦେବଗଡ଼ : ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର I ଗାଁ ମୁଣ୍ଡରେ ଥିବା ଖେତ ମାଟି ତଳୁ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ମଧ୍ୟପୁର ଗ୍ରାମରେ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ମହିଳାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ନିକଟରେ ଭଙ୍ଗା ଚୁଡି ଏବଂ ଶାଢ଼ି ପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି I […]

Samaya Live Picture
Published On

ଦେବଗଡ଼ : ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର I ଗାଁ ମୁଣ୍ଡରେ ଥିବା ଖେତ ମାଟି ତଳୁ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ମଧ୍ୟପୁର ଗ୍ରାମରେ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ମହିଳାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୃତଦେହ ନିକଟରେ ଭଙ୍ଗା ଚୁଡି ଏବଂ ଶାଢ଼ି ପଡିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି I

ଆଜି ସକାଳେ ସ୍ଥାନୀୟ ଲୋକ ଛେଳି ଚରାଇବାକୁ ମଧ୍ୟପୁର ଗ୍ରାମ ନିକଟରେ ଥିବା ପଡ଼ିଆକୁ ଯାଇଥିଲେ। ଏହି ସମୟରେ କୁକୁର ମାଟି ତାଡ଼ୁଥିବା ଦେଖିଥିଲେ। ସ୍ଥାନୀୟ ଲୋକ ପାଖକୁ ଯାଇ ଶବ ପଡ଼ିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲେ। କିଛି ଦିନରେ ଆଖପାଖ ଅଞ୍ଚଳରେ କାହାର ମୃତ୍ୟୁ ଘଟିନଥିବା ପୁଲିସ ଜାଣିବାକୁ ପାଇଥିଲା।

Tags: