କୋଇଲା ଖଣି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ – ମନ୍ତ୍ରୀ
ଝାରସୁଗୁଡ଼ା: କୋଇଲା ଖଣି ଚୋରି ଦୁର୍ନୀତି ମାମଲାରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛନ୍ତି ୨ ମନ୍ତ୍ରୀ । ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ଗତ ୧୦ ତାରିଖରେ ରାଜ୍ୟର ଏକ ସ୍ବତନ୍ତ୍ର ଟିମ ଆସି ଏହି ଖଣିର ତଦନ୍ତ କରିଛନ୍ତି । ଦୁଇ […]
ଝାରସୁଗୁଡ଼ା: କୋଇଲା ଖଣି ଚୋରି ଦୁର୍ନୀତି ମାମଲାରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛନ୍ତି ୨ ମନ୍ତ୍ରୀ । ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମସିଂ ଖୁଣ୍ଟିଆ । ସୁନ୍ଦରଗଡ ଗୋପାଳପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ରହିଥିବା ଚୋରା କୋଇଲା ଖଣିର କରିବେ ତଦନ୍ତ । ଗତ ୧୦ ତାରିଖରେ ରାଜ୍ୟର ଏକ ସ୍ବତନ୍ତ୍ର ଟିମ ଆସି ଏହି ଖଣିର ତଦନ୍ତ କରିଛନ୍ତି । ଦୁଇ ବିଭାଗର ମନ୍ତ୍ରୀ କରିବେ ଆଜି ଯାଇ ସେଠାରେ ସରଜମିନ ତଦନ୍ତ କରିବେ ।
ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହେମଗିରିକୁ ଆସି ସେଠାରୁ ଗୋପାଳପୁରର ତେଲେନଡ଼ିହି, ରତନସରା, ଓ ଭୋଗ୍ରାକଚ୍ଛାକୁ ଯାଇ ଦେଖିବେ ଚୋରା ଖଣି । କିଭଳି ସୁନ୍ଦରଗଡ଼ରେ ରାଜ୍ୟର ସବୁଠାରୁ ବଡ଼ କୋଇଲା ସ୍କାମ ହୋଇଛି ତାହାର ସତ ଦେଖିବେ ମନ୍ତ୍ରୀ । ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ଖଣି, ବନ ବିଭାଗ, ପ୍ରଶାସନ ଓ ପୁଲିସର ଆଖି ଆଗରେ ବେଆଇନ ଭାବେ ଚାଲିଥିବା ଖଣି ଖନନ ଓ ହଜାର ହଜାର ଟନ୍ କୋଇଲା ଲୁଟ୍ ର ବାସ୍ତବସ୍ଥିତି ବୁଲି ବୁଲି ଦେଖିଛନ୍ତି। ଏହି ସମୟରେ କେବେ ହେଲେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା।
ପୂର୍ବରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ କରାଯାଇଥିଲା। ଏହି କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମରେ ଲଗାତର ଖବର ପ୍ରକାଶ ପରେ ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ ଓ ପୂର୍ବତନ ବିଧାୟିକା କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ସିବିଆଇ ତଦନ୍ତ ଓ ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ଅବସ୍ଥାପିତ ବିଚାରପତିଙ୍କ ମାଧ୍ୟମରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଏହା ପରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ଶୁକ୍ରବାର ଦୁଇ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ସୁନ୍ଦରଗଡ଼ ଆସି ଚୋରା ଖଣି ଅଞ୍ଚଳ ବୁଲି ଦେଖିଛନ୍ତି।




