କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନିଲ୍ କ୍ରିଷ୍ଣା
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଆଉ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ୨୦୦୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆର୍.ଭିନିଲ୍ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେଶନରେ ଯିବେ । ତାଙ୍କୁ କେନ୍ଦ୍ରରେ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି । ଯେବେଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ସେବେଠୁ ୫ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ । ଏନେଇ କେନ୍ଦ୍ର […]
ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଆଉ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ । ୨୦୦୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆର୍.ଭିନିଲ୍ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେଶନରେ ଯିବେ । ତାଙ୍କୁ କେନ୍ଦ୍ରରେ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି । ଯେବେଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ସେବେଠୁ ୫ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାକୁ ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବରେ ସ୍ଥାନିତ କରିବାରେ ଆର.ଭିନିଲ୍ କ୍ରିଷ୍ଣାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।
କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ୪୧ ଜଣ ଅଫିସରଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଭିନିଲ କ୍ରିଷ୍ଣା ରହିଛନ୍ତି । ରାଜ୍ୟରେ ଭାଜପା ସରକାର ଆସିବା ପରେ ତାଙ୍କୁ ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ୱ ଦେଇଥିଲା।
ପୂର୍ବ ସରକାର ସମୟରେ ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ଏହାସହ ସେ କ୍ରୀଡ଼ା ବିଭାଗ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡିଶା ସରକାରଙ୍କ କ୍ରୀଡା ବିଭାଗରେ, ରାଜ୍ୟ FIH ପୁରୁଷ ହକି ବିଶ୍ୱକପ୍ (୨୦୧୮ ଏବଂ ୨୦୨୩) ଆୟୋଜନ କରିଥିଲା । ଓଡ଼ିଶା ଲଗାତାର ହକି ବିଶ୍ୱକପ୍ ଆୟୋଜନ କରିବାରେ ଦୁନିଆର ପ୍ରଥମ ହୋଇଥିଲା ।
କ୍ରୀଡା ସଚିବ ଭାବରେ ତାଙ୍କ କାର୍ଯ୍ୟକାଳରେ ଓଡ଼ିଶା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଟୁର୍ଣ୍ଣାମେଣ୍ଟର ଭୁବନେଶ୍ୱରରେ ଆୟୋଜନ କରିଥିଲା । ତାଙ୍କ କାର୍ଯ୍ୟକାଳରେ ହକି, ଫୁଟବଲ୍, ଭାରୋତ୍ତୋଳନ, ସନ୍ତରଣ, ସୁଟିଂ, ବ୍ୟାଡମିଣ୍ଟନ, ଆଥଲେଟିକ୍ସ ଏବଂ କ୍ରୀଡା ବିଜ୍ଞାନ ଭଳି ବିଭିନ୍ନ ବିଭାଗରେ ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ ହୋଇଥିଲା ।




