କେନ୍ଦୁଝରରେ ସିରିଜ ଦୁର୍ଘଟଣା,୭ ଗୁରୁତର
କେନ୍ଦୁଝର : କେନ୍ଦୁଝରରେ ଆଜି ଘଟିଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I କେନ୍ଦୁଝର ଜୁଡିଆ ନିକଟସ୍ଥ ସାମଲ ମୋଟର ସମ୍ମୁଖରେ ଘଟିଛି ଦୁର୍ଘଟଣା I ଭାରସାମ୍ୟ ହରାଇ ଏକ ଟ୍ରକ ଏକ ସାଙ୍ଗରେ ୨ ଟି ଟ୍ରକ ଏବଂ ୪ ଟି ବାଇକକୁ ଧକ୍କା ଦେଇଛି I ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ […]
କେନ୍ଦୁଝର : କେନ୍ଦୁଝରରେ ଆଜି ଘଟିଯାଇଛି ଭୟଙ୍କର ସିରିଜ ଦୁର୍ଘଟଣା I କେନ୍ଦୁଝର ଜୁଡିଆ ନିକଟସ୍ଥ ସାମଲ ମୋଟର ସମ୍ମୁଖରେ ଘଟିଛି ଦୁର୍ଘଟଣା I ଭାରସାମ୍ୟ ହରାଇ ଏକ ଟ୍ରକ ଏକ ସାଙ୍ଗରେ ୨ ଟି ଟ୍ରକ ଏବଂ ୪ ଟି ବାଇକକୁ ଧକ୍କା ଦେଇଛି I ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ସୋମବାର ସକାଳ ୯ଟା ବେଳେ ଏକ ଟ୍ରକ୍ କଲିକତା ଅଭିମୁଖେ ଲୁହ ପ୍ଲେଟ ଲୋଡ଼ କରି ଯାଉଥିଲା। ଘାଟିରୁ ଓହ୍ଲାଇବା ସମୟରେ ଟ୍ରକର ବ୍ରେକ ଫେଲ୍ ହୋଇଯିବାରୁ ଏହା ଭାରସାମ୍ୟ ହରାଇ ଅନ୍ୟ ୨ ଟ୍ରକ ଏବଂ ବାଇକ ଉପରେ ଚଢ଼ିଯାଇଥିଲା I ଖବରପାଇ ଘଟଣା ସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତରଙ୍କ ପରିଚୟ ମିଳିନଥିବାବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଟାଉନ ଥାନା ପୁଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି।




