କେଉଁ ଦଳରୁ ଲଢ଼ିବେ ମନ୍ମଥ,ଅକ୍ଟୋବର ରେ କରିବେ ଘୋଷଣା
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ମନ୍ମଥ ରାଉତରରାୟ I କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି ସୁରରାଉତ ରାୟ ଙ୍କ ସାନ ପୁଅ ମନ୍ମଥ ରାଉତରାୟ I ତେବେ ସେ କେଉଁ ଟିକେଟରୁ ନିର୍ବାଚନ ଲଢ଼ିବେ ଏନେଇ ଅକ୍ଟୋବର ରେ ଘୋଷଣା କରିବେ ବୋଲି କହିଛନ୍ତି I ଜଟଣୀ ବାସୀ ଏବଂ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏନେଇ ବାପାଙ୍କ ସହ ମଧ୍ୟ […]
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ମନ୍ମଥ ରାଉତରରାୟ I କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି ସୁରରାଉତ ରାୟ ଙ୍କ ସାନ ପୁଅ ମନ୍ମଥ ରାଉତରାୟ I ତେବେ ସେ କେଉଁ ଟିକେଟରୁ ନିର୍ବାଚନ ଲଢ଼ିବେ ଏନେଇ ଅକ୍ଟୋବର ରେ ଘୋଷଣା କରିବେ ବୋଲି କହିଛନ୍ତି I ଜଟଣୀ ବାସୀ ଏବଂ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମନ୍ମଥ ରାଉତରାୟ କହିଛନ୍ତି। ପୂର୍ବରୁ ସୁର ରାଉତରାୟ ସୂଚନା ଦେଇଥିଲେ ଚଳିତ ଥର ନିର୍ବାଚନ ତାଙ୍କ ସ୍ଥାନରେ ସାନ ପୁଅ ମନ୍ମଥ ଲଢ଼ିବେ I ମାତ୍ର ମନ୍ମଥ ଏବେ ମନା କରିବା ପରେ ଜଟଣୀରେ କଂଗ୍ରେସର ନୂଆ ମୁହଁକୁ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ମଥ କହିଛନ୍ତି, ‘ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେଣୁ ଆମର ପୁରା ରାଜନୈତିକ ଟିମ ନିଷ୍ପତ୍ତି ନେଇଛୁ କି ଆମେ କଂଗ୍ରେସ ଦଳରୁ ଲଢ଼ିବୁ ନାହିଁ । ଆଗକୁ ମୁଁ କେଉଁ ଦଳରୁ ପାର୍ଥୀ ହେବି ତାହା ଅକ୍ଟୋବର ମାସରେ କହିବି । ମୁଁ କଂଗ୍ରେସରୁ ଲଢ଼ିବି ବୋଲି ମୋ ବାବା ମତ ଦେଇଥିଲେ । ସେ ବିଷୟରେ ମୁଁ କେବେ କିଛି କହିନାହିଁ ।’
ସେ ଆହୁରି କହିଛନ୍ତି କି ଆମେ କାହିଁକି କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବୁ ନାହିଁ ବୋଲି କହୁଛୁ ତାହା ମଧ୍ୟ ଆଗକୁ ମୁଁ ସ୍ପଷ୍ଟ କରିବି । ମୋ ବାବା ମୋତେ ଜଟଣୀର ଦାୟିତ୍ୱ ଦେଇଥିଲେ । ଜଟଣୀବାସୀଙ୍କ ଭଲ ପାଇବା ଓ ଭରସା ପାଇବା ପରେ ମୁଁ ଚାକିରିରୁ ଇସ୍ତଫା ଦେଇଛି ।’ବ୍ୟବସ୍ଥାରେ ପରିବର୍ତନ କରିବା ମୋର ଲକ୍ଷ୍ୟ। ଶାସକ ଦଳ ନା ବିରୋଧୀ ଦଳରୁ ପ୍ରାର୍ଥୀ ହେବେ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଉତରାୟ କହିଛନ୍ତି, ଏବେଠୁ ଦଳ କହିବା ଠିକ୍ ହେବ ନାହିଁ। ତେବେ ୭୦-୩୦% ମତ ମିଳିଛି।




