କୁହୁଡି ହେଲା କାଳ,ହାଇୱା-କାର ଧକ୍କାରେ ୪ ଗୁରୁତର
ନବରଙ୍ଗପୁର : ଶୀତ ରାତିରେ ଘନ କୁହୁଡିହେଲା କାଳ । ହାଇୱା-କାର ମୁହାଁମୁହିଁ ଧକ୍କାରେ ୪ ଗୁରୁତର । ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ଲକ୍ଷ୍ମୀପୁର ପୁଲିସ୍ ପହଞ୍ଚି କାରକୁ କଟର ସାହାଯ୍ୟରେ କାଟି ୪ ଗୁରୁତରଙ୍କୁ ବାହାର କରିଥିଲା। […]
ନବରଙ୍ଗପୁର : ଶୀତ ରାତିରେ ଘନ କୁହୁଡିହେଲା କାଳ । ହାଇୱା-କାର ମୁହାଁମୁହିଁ ଧକ୍କାରେ ୪ ଗୁରୁତର । ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ଲକ୍ଷ୍ମୀପୁର ପୁଲିସ୍ ପହଞ୍ଚି କାରକୁ କଟର ସାହାଯ୍ୟରେ କାଟି ୪ ଗୁରୁତରଙ୍କୁ ବାହାର କରିଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ତେନ୍ତୁଳିଖୁଂଟି ବ୍ଲକ ଗୁମ୍ମା ଗାଁର । ଏମାନେ ଭୁବନେଶ୍ୱରରୁ ଏକ କାର ଯୋଗେ ନବରଙ୍ଗପୁରକୁ ଫେରୁଥିଲେ । ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚୌଧୁରୀ ଓ ସୁବୀର ସାହୁଙ୍କ ସ୍ୱ୍ୟାସ୍ଥାବସ୍ଥା ସଂକଟାପନ୍ନ ରହିଛି ।




