କୁହୁଡି ଯୋଗୁଁ ଡିଭାଇଡରରେ ଧକ୍କା ହେଲା ଯାତ୍ରୀବାହୀ ବସ,୨୧ ଆହତ
ଚୌଦ୍ୱାର : କୁହୁଡି ହେଲା କାଳ I ରାସ୍ତା ଦେଖା ନଯିବାରୁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ I ଦୁର୍ଘଟଣାରେ ୨୧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଯାତ୍ରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତି କରାଯାଇଛି । କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ବସଟି ୪୦ ଜଣ ସ୍ୱୟଂ ସହାୟକ […]
ଚୌଦ୍ୱାର : କୁହୁଡି ହେଲା କାଳ I ରାସ୍ତା ଦେଖା ନଯିବାରୁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ I ଦୁର୍ଘଟଣାରେ ୨୧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ଯାତ୍ରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତି କରାଯାଇଛି । କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ବସଟି ୪୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ବିଳମ୍ବିତ ରାତି ୩ ଟାରେ ଏହି ଦୁର୍ଘଟଣା ଘଟିଛି I
ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି I ଜାତୀୟ ରାଜପଥ ବାଳି ଛକ ଠାରୁ ମଧୂସୁଦନ ସେତୁ ଦେଇ ଯାଉଥିବାବେଳେ ନୂଆପାଟଣା ରାସ୍ତାର ମଝି ଡିଭାଇଡରରେ ବସଟି ପିଟି ହୋଇଥିଲା । ଘଟଣାସ୍ଥଳରେ ଚୌଦ୍ୱାର ଥାନା,ଗୁରୁଡିଝାଟିଆ ଥାନା ଓ ଆଠଗଡ ଥାନା ଅଗ୍ନିଶମ ବିଭାଗ ପହଁଚି ଆହତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୋଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଛି I




