କାର ଧକ୍କାରେ ସ୍ତ୍ରୀ ମୃତ,ସ୍ୱାମୀ ଓ ପୁଅ ଗୁରୁତର

କୁଜଙ୍ଗ : ପୁଅକୁ ସ୍କୁଲ ଛାଡିବାକୁ ଯିବାବେଳେ ଘଟିଗଲା ବଡ଼ ଅଘଟଣ I ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ଆଜି ସକାଳେ ବାଇକ ରେ […]

Samaya Live Picture
Published On

କୁଜଙ୍ଗ : ପୁଅକୁ ସ୍କୁଲ ଛାଡିବାକୁ ଯିବାବେଳେ ଘଟିଗଲା ବଡ଼ ଅଘଟଣ I ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଆଜି ସକାଳେ ବାଇକ ରେ ବାଇକରେ ନିଜର ୫ ବର୍ଷର ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ସ୍ୱାମୀ ସ୍ତ୍ରୀ I ପଙ୍କପାଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍(ଓଡି୦୫-ଏବି ୫୧୯୨) ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା I ଫଳରେ ବାଇକ ରେ ଥିବା ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଜନାପାଳ ଗାଁର ଇନ୍ଦିରା କଲୋନିରେ ରହୁଥିବା ସୁମନ୍ତ ବେହେରା(୪୦) ଓ ତାଙ୍କ ପତ୍ନୀ ଝିଲି ମାଝି ଛିଟିକି ଯାଇ ରାସ୍ତାରେ ପଡିଯାଇଥିଲେ I ଏହାଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ ଝିଲି ମାଝି(୨୮)ଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ୱାମୀ ସୁମନ୍ତ ବେହେରା ଓ ୫ ବର୍ଷର ପୁଅ ସୁପ୍ରଭାତ ବେହେରା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ମେଡିକାଲରେ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ତେବେ କାର୍ ଚାଳକ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଏଣେ କଟକ-ପାରାଦୀପ ରାସ୍ତାର ପଙ୍କପାଳ ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Tags: