କାଠ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
କୋରାପୁଟ : କାଠ ବ୍ୟବସାୟୀଙ୍କୁ ମାରି ଖାଲରେ ଫିଙ୍ଗିଦେଲେ । ଜଙ୍ଗଲ ଭିତରୁ ମୃତଦେହ ଉଦ୍ଧାର । ସୁଙ୍କି ଘାଟି ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟବସାୟୀ ଜୟପୁର ଟାଉନ ଅଞ୍ଚଳରେ ହୋଇଥିବାବେଳେ ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖିଛି ପଟାଙ୍ଗୀ ପୋଲିସ । ସୂଚନାନୁଯାୟୀ, ଜୟପୁର ଅଞ୍ଚଳର ପାଓ୍ବାରହାଉସ ନିକଟ ପାଇଲ ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ନିଜ ଘରୁ ବାହାରି ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ଗଛ କାଠ […]
କୋରାପୁଟ : କାଠ ବ୍ୟବସାୟୀଙ୍କୁ ମାରି ଖାଲରେ ଫିଙ୍ଗିଦେଲେ । ଜଙ୍ଗଲ ଭିତରୁ ମୃତଦେହ ଉଦ୍ଧାର । ସୁଙ୍କି ଘାଟି ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟବସାୟୀ ଜୟପୁର ଟାଉନ ଅଞ୍ଚଳରେ ହୋଇଥିବାବେଳେ ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖିଛି ପଟାଙ୍ଗୀ ପୋଲିସ ।
ସୂଚନାନୁଯାୟୀ, ଜୟପୁର ଅଞ୍ଚଳର ପାଓ୍ବାରହାଉସ ନିକଟ ପାଇଲ ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ନିଜ ଘରୁ ବାହାରି ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ଗଛ କାଠ କିଣିବାକୁ ଆସି ଘରକୁ ଫେରି ନଥିଲେ। ଯାହାକୁ ନେଇ ପରିବାର ସଦସ୍ୟ ଜୟପୁର ପୋଲିସ ନିକଟରେ ନିଖୋଜ ରହିଥିବା ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇ ନ ଥିବାବେଳେ ୪ ଦିନ ପରେ ଗୁରୁବାର ସୁଙ୍କି ଘାଟିରୁ ନିଖୋଜ ଗଛ କାଠ ବ୍ୟବସାୟୀ ମହାପାତ୍ରଙ୍କ ମୃତଦେହ ଠାବ କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ଜୟପୁର ଏବଂ ପଟ୍ଟାଙ୍ଗି ପୋଲିସ ୪ଜଣଙ୍କୁ ଚିହ୍ନଟ କରି ପଟ୍ଟାଙ୍ଗି ଥାନାରେ ଅଟକ ରଖି ପଚରାଉଚରା କରୁଛି।




