କାଉଡିଆଙ୍କ ଉପରେ ଟ୍ରକ ମାଡିଯାଇ ୩ ମୃତ

ଖଲ୍ଲିକୋଟ: ଟ୍ରକ ମାଡିଯାଇ ୨ କାଉଡିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ । ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୨ କାଉଡିଆଙ୍କ ସମେତ ଜଣେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣ କାଉଡିଆ ବାଣପୁର ଅଞ୍ଚଳର । ତାଙ୍କ ନାଁ ପପ୍ପୁ ନାୟକ ଏବଂ ରଞ୍ଜିତ ନାୟକ । ପପ୍ପୁ ଏବଂ ରଞ୍ଜିତ ଋଷିକୁଲ୍ୟା ନଦୀରୁ […]

Samaya Live Picture
Published On

ଖଲ୍ଲିକୋଟ: ଟ୍ରକ ମାଡିଯାଇ ୨ କାଉଡିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ । ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୨ କାଉଡିଆଙ୍କ ସମେତ ଜଣେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣ କାଉଡିଆ ବାଣପୁର ଅଞ୍ଚଳର । ତାଙ୍କ ନାଁ ପପ୍ପୁ ନାୟକ ଏବଂ ରଞ୍ଜିତ ନାୟକ । ପପ୍ପୁ ଏବଂ ରଞ୍ଜିତ ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ବାଣପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ସେହିପରି ଅନ୍ୟ ଜଣେ ମୃତକ ନିକଟସ୍ଥ ଦଲ୍ଲିବାଟି ଗାଁର ବନମାଳି ପାତ୍ର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରକ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଆନ୍ଧ୍ରରୁ ଭୁବନେଶ୍ବର ଆସୁଥିଲା। ଟ୍ରକର ଦୁଇ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।

Tags: