କାଉଡିଆଙ୍କ ଉପରେ କାର ମାଡିଯାଇ ୨ ମୃତ, ୧୦ ଆହତ
ଗଞ୍ଜାମ : ସକାଳୁ ସକାଳୁ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I କାର ଧକ୍କାରେ ୨ କାଉଡିଆଙ୍କ ମୃତ୍ୟୁ ଘଟିବା ସହିତ ୧୦ ରୁ ଅଧିକ ଆହତ ହୋଇଛନ୍ତି I ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଜିପୁଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ମୃତକ ମାନେ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା ଇ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି […]
ଗଞ୍ଜାମ : ସକାଳୁ ସକାଳୁ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I କାର ଧକ୍କାରେ ୨ କାଉଡିଆଙ୍କ ମୃତ୍ୟୁ ଘଟିବା ସହିତ ୧୦ ରୁ ଅଧିକ ଆହତ ହୋଇଛନ୍ତି I ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଜିପୁଟ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ମୃତକ ମାନେ ହେଲେ ଅରଖପୁର ଗାଁର ମୁକୁନା ବେହେରା ଓ ଅନିତା କୁମାରୀ ଜେନା ଇ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୭ ଜଣିଆ କାଉଡିଆ ଦଳ ଅରଖପୁର ଗାଁରେ ଥିବା ତାଡ଼କେଶ୍ୱର ମନ୍ଦିରକୁ ପାଣିଭାର ନେଇ ଯାଉଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇଛି I




