କଳାରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର
ଭୁବନେଶ୍ୱର : ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ଓଡ଼ିଆ କଳାକାର ପାଇବେ ପଦ୍ମ ପୁରସ୍କାର I ସେମାନେ ହେଲେ, ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ, ଖୋର୍ଦ୍ଧାର ଗୀତିକାର ତଥା ସାହିତ୍ୟିକ ବିନୋଦ ମହାରଣା ଏବଂ ସମ୍ବଲପୁରର ପଟ୍ଟଚିତ୍ର ଶିଳ୍ପୀ ବିନୋଦ କୁମାର ପଶାୟତ। ସୂଚନାଯୋଗ୍ୟ ଯେ, ପାରମ୍ପରିକ ଶୈଳୀରେ କୃଷ୍ଣଳୀଳାକୁ […]
ଭୁବନେଶ୍ୱର : ଗୁରୁବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ଓଡ଼ିଆ କଳାକାର ପାଇବେ ପଦ୍ମ ପୁରସ୍କାର I ସେମାନେ ହେଲେ, ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ ଓ ବରଗଡ଼ ଜିଲ୍ଲାର ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ, ଖୋର୍ଦ୍ଧାର ଗୀତିକାର ତଥା ସାହିତ୍ୟିକ ବିନୋଦ ମହାରଣା ଏବଂ ସମ୍ବଲପୁରର ପଟ୍ଟଚିତ୍ର ଶିଳ୍ପୀ ବିନୋଦ କୁମାର ପଶାୟତ।
ସୂଚନାଯୋଗ୍ୟ ଯେ, ପାରମ୍ପରିକ ଶୈଳୀରେ କୃଷ୍ଣଳୀଳାକୁ ଲୋକପ୍ରିୟତା କରାଇବାରେ ଗୋପୀନାଥ ସ୍ୱାଇଁ ପ୍ରମୁଖ ଭୂମିକା ରହିଛି। ବର୍ତ୍ତମାନ ସେ ୧୦୫ବର୍ଷରେ ପଦାର୍ପଣ କରିଥିବା ବେଳେ ବାଲ୍ୟକାଳରୁ ସେ କୃଷ୍ଣଳୀଳା ଉପରେ କାର୍ଯ୍ୟ କରି ଆସୁଛନ୍ତି। ସେହିଭଳି ୮୫ ବର୍ଷୀୟ ଶ୍ରୀ ପ୍ରଧାନ ପିଲାବେଳୁ ଶବ୍ଦ ନୃତ୍ୟ ଲୋକନୃତ୍ୟର ପ୍ରଚାର ପ୍ରସାର କରି ଆସୁଛନ୍ତି। ସେ ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଗଣେଶ ତାଣ୍ଡବ, ଶିବ ତାଣ୍ଡବ ଓ କାଳୀ ତାଣ୍ଡବ ଭଳି ଶବ୍ଦନୃତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ରାଜ୍ୟ ବାହାରକୁ ଯାଇ ପରିବେଷଣ କରୁଛନ୍ତି। ସେ ବରଗଡ଼ ଜିଲ୍ଲା କୁମ୍ଭାରୀରେ ଜନ୍ମ ଗ୍ରହଣ କରିଥିବାବେଳେ ବାଲ୍ୟକାଳରୁ ଶବ୍ଦ ନୃତ୍ୟ ପ୍ରତି ସମର୍ପିତ। ସେହିପରି ସଙ୍ଗୀତକାର ଭାବେ ବିନୋଦ ପଶାୟତ ଏବଂ ପଟ୍ଟଚିତ୍ର ଶିଳ୍ପୀ ଭାବେ ବିନୋଦ ମହାରଣାଙ୍କ ଉତ୍କର୍ଷତାକୁ ଉପଲବ୍ଧ କରି କେନ୍ଦ୍ର ସରକାର ଉଭୟଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରିଛନ୍ତି।




