କଲ୍‌ଭର୍ଟ ଭାଙ୍ଗି ରାସ୍ତା କଡ଼କୁ ମାଡ଼ିଗଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ

ଖୁଣ୍ଟୁଣୀ : ରଖେ ହରି ତ ମାରେ କିଏ I ଚଳନ୍ତା ବସରେ ଅସୁସ୍ଥ ହେଲେ ଡ୍ରାଇଭର I କଲଭର୍ଟ ଭାଙ୍ଗି ପୋଲତଳକୁ ଝୁଲି ରହିଲା ଯାତ୍ରୀବାହୀ ବସ I ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ I ଏଭଳି ଅଭାବନୀୟ ଘଟଣା ଗତକାଲି ରାତିରେ କଟକ ଜିଲ୍ଲା ଆଠଗଡ଼ ନିକଟସ୍ଥ ଖୁଣ୍ଟୁଣି ଗୋଲେଇ ଛକରେ ଘଟିଛି। ମା’ ଭୁବନେଶ୍ୱରୀ ନାମକ ବସଟି ଦେବଗଡ଼ରୁ କୁଚିଣ୍ଡା ଯାଉଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା […]

Samaya Live Picture
Published On

ଖୁଣ୍ଟୁଣୀ : ରଖେ ହରି ତ ମାରେ କିଏ I ଚଳନ୍ତା ବସରେ ଅସୁସ୍ଥ ହେଲେ ଡ୍ରାଇଭର I କଲଭର୍ଟ ଭାଙ୍ଗି ପୋଲତଳକୁ ଝୁଲି ରହିଲା ଯାତ୍ରୀବାହୀ ବସ I ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ I ଏଭଳି ଅଭାବନୀୟ ଘଟଣା ଗତକାଲି ରାତିରେ କଟକ ଜିଲ୍ଲା ଆଠଗଡ଼ ନିକଟସ୍ଥ ଖୁଣ୍ଟୁଣି ଗୋଲେଇ ଛକରେ ଘଟିଛି। ମା’ ଭୁବନେଶ୍ୱରୀ ନାମକ ବସଟି ଦେବଗଡ଼ରୁ କୁଚିଣ୍ଡା ଯାଉଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I

ସୂଚନାନୁସାରେ, ଗତକାଲି ସନ୍ଧ୍ୟାବେଳେ ଭୁବନେଶ୍ୱରରୁ ବାହାରିଥିଲା ମା’ଭୁବନେଶ୍ୱରୀ ବସ । ବସ୍‌ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭିତରେ ୩୦ ପାଖାପାଖି ଯାତ୍ରୀ ଥିଲେ। ଖୁଣ୍ଟୁଣି ନିକଟରେ ଏକ ଢାବାରେ ଖିଆପିଆ ପରେ ପୁଣି ଥରେ ବସ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା।

ମାତ୍ର କିଛି ବାଟ ଯିବା ପରେ ହଠାତ୍‌ ଡ୍ରାଇଭରଜଣକ ଅସୁସ୍ଥତା ଅନୁଭବ କଲେ। ବସ୍‌ଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ଅଚେତ ହୋଇପଡିଥିଲେ । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ଲୁହା ବାଡ଼ ଭାଙ୍ଗି ତଳକୁ ଖସିଯାଇଥିଲା । ଦୁର୍ଘଟଣାର ଖବର ପାଇଁ ଘଟଣା ସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଁଚି ଡ୍ରାଇଭରଙ୍କୁ ଆଠଗଡ଼ ହସ୍ପିଟାଲ ରେ ଭର୍ତି କରିବା ସହିତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି I ବସଟିକୁ କ୍ରେନ ସାହାଯ୍ୟରେ ଉଠାଯାଇଛି I

Tags: