କଲେରା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା : ରାଉରକେଲାରେ ଜଟିଳ ହେଉଛି କଲେରା ସ୍ଥିତି I ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ । ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ ଜଣ ମୃତ୍ୟୁ ବରଣ କରିସାରିଲେଣି I ଗତକାଲି ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)ଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ତେବେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬ରେ ରହିଛି I ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା […]

Samaya Live Picture
Published On

ରାଉରକେଲା : ରାଉରକେଲାରେ ଜଟିଳ ହେଉଛି କଲେରା ସ୍ଥିତି I ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ । ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ ଜଣ ମୃତ୍ୟୁ ବରଣ କରିସାରିଲେଣି I ଗତକାଲି ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)ଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ତେବେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬ରେ ରହିଛି I ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା କହିଛନ୍ତି ରାଉରକେଲା ସରକାରୀ ମେଡିକାଲର ଭାରପ୍ରାପ୍ତ ଅଧିକ୍ଷକ । ଯେତିକି ସାମ୍ପଲ ଟେଷ୍ଟ ହୋଇଛି ସେଥିରୁ ହଇଜା ଜୀବାଣୁ ଚିହ୍ନଟ ହୋଇଛି I

ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡିଛି। ଏହି ସଂଗୀନ ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ I ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିବେ I

ଏପଟେ ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଭିତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଉରକେଲା ମୁନିସପାଲ କର୍ପୋରେସନ୍ କମିଶନର । କହିଲେ, ବର୍ତ୍ତମାନ ସୁଦ୍ଧା ୩ଶହରୁ ୪ଶହ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ବିଭିନ୍ନ ମେଡିକାଲରେ ଏବେବି ୨୮୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଆରଜିଏଚରୁ ବୁର୍ଲା ଭିମସାରକୁ ୫, ଜେପି ହସ୍ପିଟାଲକୁ ୪, ହାଇଟେକ ହସ୍ପିଟାଲକୁ ୨ ଓ ଆଇ ଜିଏଚ କୁ ଜଣେ ଡାଇରିଆ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ରଘୁନାଥ ପାଲି ବିଧାୟକ ସୁବ୍ରତ ତରାଇ ଆରଜିଏଚ ନିର୍ଦେଶକ ଡାକ୍ତର ଡି ବି ଦାସଙ୍କ ସହ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଆରଜିଏଚ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ଓ ଅନ୍ୟ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେl ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।

Tags: